କନ୍ଧମାଳର ଶ୍ରାବଣୀଙ୍କୁ ଶହେ ମିଟର ଦୌଡ଼ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ

ଫୁଲବାଣୀ, ୧୭/୧୦: ଆଦିବାସୀ ଅଧ୍ୟୁଷିତ କନ୍ଧମାଳର ଝିଅ ଶ୍ରାବଣୀ ନନ୍ଦ ନିକଟରେ ଅନୁଷ୍ଠିତ ୬୧ ତମ ନ୍ୟାସନାଲ ଓପନ ଆଥେଲେଟିକ୍ସ ଚାମ୍ପିୟାନସିପ ୨0୨୨ ଶହେ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି l ଫଳରେ ସ୍ବର୍ଣ୍ଣ ପଦକ ଜିତି ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି କନ୍ଧମାଳର ସୁନା ଝିଅ ଶ୍ରାବଣୀ l ଶ୍ରାବଣୀ ବେଙ୍ଗାଲୋର ସ୍ଥିତ ଶ୍ରୀ କ୍ରାନ୍ତୀରଭା ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଶହେ ମିଟର ଦୌଡରେ ଶ୍ରାବଣୀଙ୍କୁ ଏହି ସଫଳତା ମିଳିଛି l ସେ ୧୧. ୫୫ ସେକେଣ୍ଡରେ ସମାପ୍ତ କରିଥିଲେ l ଶ୍ରାବଣୀ ଏଥି ପୂର୍ବରୁ ମଧ୍ୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି l ଖବର ଶୁଣି ବାପା ଅବସରପ୍ରାପ୍ତ କର୍ମଚାରୀ ତଥା ସମାଜସେବୀ ବନ ବିହାରୀ ନନ୍ଦ ଓ ମା ବେଶ ଖୁସିବ୍ୟକ୍ତ କରିଛନ୍ତି l ସେହିପରି ଶ୍ରାବଣୀଙ୍କ ସ୍ୱର୍ଣ୍ଣ ପଦକ ପାଇବା ଶୁଣି ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ନାରାୟଣ ସାହୁ, ଜିଲ୍ଲା କ୍ରୀଡ଼ାସଙ୍ଘ ସମ୍ପାଦକ ତଥା ଆଇନଜୀବୀ ଶିବ ପ୍ରସାଦ ତ୍ରିପାଠୀ, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ଆଇନଜୀବୀ ରବୀନ୍ଦ୍ର ନାଥ ମିଶ୍ର, ୮ ନମ୍ବର କାଉନ୍ସିଲର ତଥା ଆଇନଜୀବୀ ରମେଶ ମହାନ୍ତି, ବରିଷ୍ଠ ନେତା ତଥା ପୂର୍ବତନ ନଗରପାଳ କମଳା କାନ୍ତ ପାଣ୍ଡେ ପ୍ରମୁଖ ଅଭିନନ୍ଦନ ଜଣାଇବା ସହ ଏହା ନିଶ୍ଚିତ ଗର୍ବର ବିଷୟ ବୋଲି କହିଛନ୍ତି l

Leave A Reply

Your email address will not be published.