ନୂତନ ପୌର ଅଧିକାରୀଙ୍କ ଦାୟିତ୍ଵ ଗ୍ରହଣ

ମାଲକାନଗିରି: ମାଲକାନଗିରି ପୋୖର ପରିଷଦର ନୂତନ ପୋୖର ଅଧିକାରୀ ରୁପେ ଦାୟିତ୍ଵ ଗ୍ରହଣ କଲେ ଶ୍ରୀ କାହ୍ନୁ ଚରଣ ପଟ୍ଟନାୟକ । ଆଜି ସେ ନିଜର ଏହି ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଏହି ଅବସରରେ ମାଲକାନଗିରି ପୋୖର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବାରିକ, ପୂର୍ବତନ ପୋୖର ଅଧିକାରୀ ତ୍ରିଶୂଳ ମାର୍ଡି, ସାଂସଦ ପ୍ରତିନିଧି ପୌର ପରିଷଦ ଶ୍ରୀ କୃଷ୍ଣଚନ୍ଦ୍ର ପାଳ ଓ ପୋୖର ପରିଷଦର ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶ୍ରୀ କାହ୍ନୁ ଚରଣ ପଟ୍ଟନାୟକ ଆଜି ପୂର୍ବ ପୋୖର ଅଧିକାରୀଙ୍କ ଠାରୁ ସମସ୍ତ ଦାୟିତ୍ଵ ଗ୍ରହଣ କରି ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ଆଗାମୀ ଦିନରେ କିପରି ସମସ୍ତ କାର୍ଯ୍ୟ ସୁଚାରୁରୂପେ କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ । ସରକାରଙ୍କ ଜନ କଲ୍ୟାଣ ଯୋଜନା ଗୁଡିକ କିପରି ପ୍ରକୁତ ହିତାଧିକାରୀ ମାନେ ପାଇ ପାରିବେ ଏବଂ ଏହାର ସଫଳ ରୂପାୟନ କିପରି ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.