xmas

ପୁଣି ଶ୍ରୀ ଜଗନ୍ନାଥଙ୍କୁ ଅପମାନ : ବିଭିନ୍ନ ହିନ୍ଦୁ ସଂଗଠନର ବିରୋଧ

ମାଲକାନଗିରି,୨୦/୧୦: ପୁଣି କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ସ୍ୱୟଂ ଜଗନ୍ନାଥ ମହାପ୍ରଭୁଙ୍କୁ ଅପମାନ। ସରକାରୀ କାର୍ଯ୍ୟକ୍ରମରେ ବୁଟ ପିନ୍ଧି ମହାବାହୁଙ୍କୁ ଚାରି ପଟେ ପୁଷ୍ପ ସଜା ହେଉଛି ଓ ଶେଷରେ ମନ୍ତ୍ରୀ ଜଗନ୍ନାଥ ସାରକା ସମେତ ଅନ୍ୟ ଅତିଥିମାନେ ଜଗନ୍ନାଥଙ୍କୁ ପୁଜା କରିବା ପରେ ପୁଣିଥରେ ମହାପ୍ରଭୁ ଜଗନ୍ନାଥ ଏହି ମହିଳା କ୍ରୀଡ଼ା ଶିକ୍ଷୟତ୍ରୀ ଜଣକ ବୁଟ୍ ପିନ୍ଧି ଫୁଲ ଦବାସହ ପ୍ରଣାମ କରୁଛନ୍ତି। ଏ ମହିଳା ଜଣକ ମାଲକାନଗିରି ଜିଲ୍ଲା କୋରକଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷୟତ୍ରୀ ଜୋସ୍ନାବାଳା ପ୍ରଧାନ ଅଟନ୍ତି। ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଏମିତି କିଛି ସମାନ ଚିତ୍ର ଗତ ଦୁଇଦିନ ତଳେ ଏକ ସରକାରୀ କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦର ଅଧ୍ୟକ୍ଷା ପାଦରେ ଚପଲ ପିନ୍ଧି ମହାବାହୁଙ୍କୁ ଧୁପ ଦୀପ ଦେଇ ପୁଜା କରିଥିଲେ। ଯାହାର ଚିତ୍ର ସାମାଜିକ ଗଣମାଧ୍ୟମରେ ଘୁରିବୁଲୁ ଥିବା ବେଳେ ଦୁଇ ଦିନ ନ ବିତୁଣୁ ପୁଣି ଥରେ ଏମିତି କିଛି ସମାନ ଚିତ୍ର ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହୋଇଛି। ଯେଉଁଠି ସରକାରୀ କାର୍ଯ୍ୟକ୍ରମରେ କ୍ରମାଗତ ଭାବେ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟଙ୍କୁ ବାରମ୍ବାର ଅପମାନ କରାଯାଉଛି। ମାଲକାନଗିରି ଜିଲ୍ଲାର ଏକଲବ୍ୟ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନେଇ ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତାର ଶୁଭାରମ୍ଭ କରିବା ସମୟର ଚିତ୍ର। ଖେଳ ଆରମ୍ଭ ହେବା ପୁର୍ବରୁ ଖେଳାଳିଙ୍କ ଶୁଭ ମନାସିବା ଲାଗି କୋଟି ଓଡ଼ିଆଙ୍କ ଆରାଧ୍ୟ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ଆଶିଷ ନିମନ୍ତେ ମହବାହୁଙ୍କ ଆସନକୁ ସଜା ହେଉଛି, ତାହା ପୁଣି ଗୋଡ଼ରେ କଳା ରଙ୍ଗର ବୁଟ(ସୁ) ପିନ୍ଧି। କୋରକୋଣ୍ଡା ଉଚ୍ଚବିଦ୍ୟାଳୟର କ୍ରୀଡା ଶିକ୍ଷୟତ୍ରୀ ଜୋସ୍ନାବାଳା ପ୍ରଧାନ ମହାପ୍ରଭୁ ଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଦେଇ ଆଶିଷ ମାଗୁଛନ୍ତି। ଯାହାର ଚିତ୍ର ଏବେ ପୁଣିଥରେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଆଉ ଏହି ଚିତ୍ରକୁ ଯିଏ ଭି ଦେଖୁଛି ସେ କେବଳ ଏତିକି କହୁଛି କଣ ଚାଲିଛି ଏବେ ମାଲକାନଗିରି ରେ ? କାହିଁକି କ୍ରମାଗତ ଭାବେ ଜଗତରନାଥ ସ୍ୱୟଂ ଜଗନ୍ନାଥଙ୍କୁ ଦିଆଯାଉଛି ଅପମାନ।ଏହିଭଳି ଘଟଣାକୁ ମାଲକାନଗିରି ଜିଲ୍ଲା ସନାତନ ପରିଷଦ, ବବିଶ୍ବହିନ୍ଦୁ ପରିଷଦ ଓ ବ୍ରାହ୍ମଣ ସମାଜ ଘୋର ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Leave A Reply

Your email address will not be published.