ମାଲକାନଗିରି,୨୦/୧୦ ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଧ୍ରିମାଳ ପଞ୍ଚାୟତର ମେଧଗୁଡା ଗ୍ରାମର ଲକ୍ଷ୍ମୀ ସୋଡି(୭୦) ଏକ ଆକସ୍ମିକ ଦୁର୍ଘଟଣାର ଶିଖାର ହୋଇ ତାଙ୍କର ଗୋଡି ତିନି ଚାରି ଖଣ୍ଡ ହୋଇଗଲା। ତେବେ ତାଙ୍କର ଏଭଳି ଅବସ୍ଥାରେ କେହି ମଧ୍ୟ ସହଯୋଗ କରିବାକୁ ଆସିନଥିଲେ। ତେବେ ମାଲକାନଗିରିର ନିତ୍ୟାନନ୍ଦ ସରକାର ତାଙ୍କୁ ତୁରନ୍ତ ମେଡିକାଲ ଆଣିଥିଲେ। କିନ୍ତୁ ମେଡିକାଲରେ ଚିକିତ୍ସା କରାଇବା ବହୁତ ମୁସକିଲ ହେଉଥିବାରୁ ସମାଜସେବୀ କେ.ଦେଶୀରାଜୁ ଅଚାରୀଙ୍କୁ ଖବର ଦେଇଥିଲେ। ଶ୍ରୀ ଆଚାରୀ ମେଡିକାଲ ପହଞ୍ଚି ଅସ୍ତିଶଲ୍ୟ ଡାକ୍ତର ନୀଳମାଧବ ରାୟଙ୍କୁ ସାକ୍ଷାତ କରି କିପରି ଲକ୍ଷ୍ମୀଙ୍କର ଅସ୍ତ୍ରୋପ୍ରଚାର ହୋଇପାରିବ ସେନେଇ ଆଲୋନଚା କରିଥିଲେ। ତେବେ ପ୍ରଥମେ ଡାକ୍ତର ଏଠାରେ ଅସ୍ତ୍ରୋପ୍ରଚାର ପାଇଁ କୌଣସି ସୁବିଧା ନଥିବାରୁ ଅପରେସନ କରିବା ପାଇଁ ଅମଙ୍ଗ ହୋଇଥିଲେ। ବୃଦ୍ଧା ଲକ୍ଷ୍ମୀଙ୍କୁ ତୁରନ୍ତ ଅନ୍ୟ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ। ତେବେ ଲକ୍ଷ୍ମୀଙ୍କର କେହି ନଥବାରୁ ଏଠାରେ ହିଁ ଅସ୍ତ୍ରୋପ୍ରଚାର କରିବା ପାଇଁ ଅନୁରୋଧ କରାଯାଇଥିଲା। ଶେଷରେ ଡାକ୍ତର ଶ୍ରୀ ରାଏ ଲକ୍ଷ୍ମୀଙ୍କର ଅସ୍ତ୍ରୋପ୍ରଚାର କରିଥିଲେ। ମାଲକାନଗିରି ଡାକ୍ତରଖାନାରେ ଅସ୍ତିଶଲ୍ୟ ବିଭାଗରେ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା କିମ୍ବା ଅପରେସନ ପାଇଁ ସେଭଳି କୌଣସି ସୁବିଧା ନାହିଁ। ଯାହାଫଳରେ ରୋଗୀ ବାହାର ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ପ୍ରକାଶ ଥାଉକି ଡାକ୍ତର ଶ୍ରୀ ରାଏ ଗତ ଅଢେଇ ବର୍ଷ ଧରି ବିଭିନ୍ନ ରୋଗୀଙ୍କୁ ଚିକିତ୍ସା କରିବା ସହ ପ୍ରତି ମାସରେ ୧୫ରୁ ୨୦ ଜଣଙ୍କୁ ଅପରେସନ କରୁଛନ୍ତି। ତେବେ ସମସ୍ତ ସୁବିଧା ଏଠାରେ ଉପଲ୍ବଧ ହେଲେ ମାଲକାନଗିରିରେ ଗୁରୁତର ହାଡ ଭଙ୍ଗା ରୋଗୀମାନଙ୍କର ସହଜରେ ଅପରେସନ ହୋଇପାରିବ ବୋଲି କୁହାଯାଇଛି। ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ସରକାର ସାତ ମହଲା ବିଶିଷ୍ଟ ଡାକ୍ତର ଖାନା ନିର୍ମାଣ କଲେ ସତ କିନ୍ତୁ ଏଠାରେ ଗରିବ ରୋଗୀଙ୍କ ପାଇଁ ସେଭଳି ଚିକିତ୍ସାର ବ୍ୟବସ୍ଥା ନଥିବାରୁ ଲୋକେ ବାହାରକୁ ଯାଇ ନାହିଁ ନଥିବା ହଇରାଣ ହେଉଥିବା ଲକ୍ଷ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୧୫ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ କେହି ଅସ୍ତିଶଲ୍ୟ ଡାକ୍ତର ନଥିଲେ। ଏବେ ଅଢେଇ ବର୍ଷ ହେଲା ଜଣେ ଡାକ୍ତର ରହି ରୋଗୀଙ୍କୁ ନିୟମିତ ଚିକିତ୍ସା କରୁଛନ୍ତି। କିନ୍ତୁ ତାଙ୍କୁ ସେଭଲି ସୁବିଧା କରାଯାଇନଥିବାରୁ ସେ ବଡ ବଡ ଅପରେସନ କରିପାରୁନଥିବା ଜଣାପଡିଛି। ତେବେ ତୁରନ୍ତ ଅସ୍ତିଶଲ୍ୟ ବିଭାଗରେ ସମସ୍ତ ସୁବିଧା କରିବାକୁ ସମାଜସେବୀ କେ.ଦେଶୀରାଜୁ ଆଚାରୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.