xmas

୫ଟି ଏସଏସଡି ହାଇସ୍କୁଲ ପରିଦର୍ଶନ କଲେ ମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରିରେ ଥିବା ଏସଏସଡି ଉଚ୍ଚ ୫ଟି ବିଦ୍ୟାଳୟକୁ ଗସ୍ତ କରି ବିଭିନ୍ନ ବିଷୟରେ ସମୀକ୍ଷା କଲେ ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ପଛୁଆ ବର୍ଗ ସଂଖ୍ୟା ଲଘୁ ଓ ଆଇନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା । ମନ୍ତ୍ରୀ ଶ୍ରୀ ସାରକା ଏହି ବିଦ୍ୟାଳୟକୁ ଯାଇ ସେଠାରେ ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେମାନଙ୍କୁ ଉଚିତ ଶିକ୍ଷା ପ୍ରଦାନ କରାଯାଉଛି କି ନାହିଁ ତାହାର ତଦାରଖ କରିଥିଲେ । ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମଧ୍ୟ ବିଦ୍ୟାଳୟ ବିଷୟରେ ପଚାରି ବୁଝିଥିଲେ । ବିଦ୍ୟାଳୟ ସମସ୍ୟା ବିଷୟରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଅବଗତ ହେବା ପରେ ଏଥି ପ୍ରତି ଦୃଷ୍ଟି ଦେଇ ଆଗାମୀ ଦିନରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ପୂର୍ବତନ ବିଧାୟକ ମାନସ ମାଡକାମୀ, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟା କୁନି ଭୂମିଆ, ପିଏ ଆଇଟିଡିଏ ତ୍ରିନାଥ ମାଝୀ, ସାଂସଦ ପ୍ରତିନିଧି ଜଗନ୍ନାଥ ମାଝୀ, ଦଳୀୟ କର୍ମୀ କେ ରାହୁଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.