ଚପଲ ପିନ୍ଧି ପ୍ରଭୁ ଜଗନ୍ନାଥଙ୍କୁ ପୂଜା କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ

ମାଲକାନଗିରି: ସରକାରି କାର୍ଯ୍ୟକ୍ରମରେ ଚପଲ ପିନ୍ଧି ବଡ଼ ଠାକୁରଙ୍କୁ ପୁଜା କଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ। ସୋସିଆଲ ମିଡିଆରେ ଘୁରି ବୁଲୁଛି ଚପଲ ପିନ୍ଧି ପୂଜା କରିବା ଦୃଶ୍ୟ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ସୂଚନା ମୁତାବକ ଗତକାଲି ମାଲକାନଗିରି ଜିଲ୍ଲା ପୁରୁଣା ମେଡିକାଲ ପରିସରରେ ଆୟୋଜିତ ହୋଇଥିବା ବକ୍ରପାଦ ଅସ୍ତ୍ରୋପଚାର କ୍ୟାମ୍ପରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ଆରମ୍ଭ ପୁର୍ବରୁ ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା କୋଟି ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ଆଶିଷ ନିମନ୍ତେ ପୁଜା କରାଯାଇଥିଲା। ଯେଉଁଥିରେ ଜିଲ୍ଳାର ଅନେକ ବରିଷ୍ଟ ଅଧିକାରୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପାଦରେ ଚପଲ ପିନ୍ଧି ମହାପ୍ରଭୁ ଜଗନ୍ନାଥଙ୍କୁ ଧୁପ ଦେଇ ପୂଜା କରିଥିଲେ। ଯାହାର ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ବଳି ଗଲେ କି ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ସେ ଜାଣି ଶୁଣି ଏଭଳି କଲେ ନା ଅଜାଣତରେ ଏଭଳି ହୋଇଛି ତାହା ଜଣାପଡି ନାହିଁ। ଏନେଇ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଯାହା ହେଲେ ମଧ୍ୟ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ସମସ୍ତେ ଚପଲ କାଢି ପୂଜା କରିଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କିପରି ଏଭଳି ଭୁଲକାମ କଲେ ତାକୁ ନେଇ ଜୋର ଚର୍ଚ୍ଚା।

Leave A Reply

Your email address will not be published.