xmas

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୫ ବର୍ଷ ଜେଲ, ଜୋରିମାନା

ଫୁଲବାଣୀ, ୨୧/୧୦: ଶୁକ୍ରବାର ଫୁଲବାଣୀ ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଏକ ପାଞ୍ଚ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ସାଖ୍ୟ ପ୍ରମାଣକୁ ବିଚାର କରି ଅଭିଯୁକ୍ତ ନୀଲେଶ୍ୱର ପ୍ରଧାନଙ୍କୁ ୨୫ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି l ଏଥିସହ ୨୮ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ l ଜୋରିମନା ଅନାଦେୟ ଅଧିକ ଦେଢ଼ବର୍ଷ କାରାଦଣ୍ଡ ଆଦେଶ ଦେଇଛନ୍ତି ପୋକସୋ କୋର୍ଟl ସେହିପରି ପୀଡିତାଙ୍କୁ ୬ ଲକ୍ଷ୍ ଟଙ୍କା କ୍ଷତିପୂରଣ ଆଦେଶ ଦେଇଛନ୍ତି କୋର୍ଟ l ସୂଚନା ଯୋଗ୍ୟ ଯେ, ଗତ ୦୯/୧୦/୨୦ରେ ଦାରିଙ୍ଗବାଡି ଅଞ୍ଚଳର ନାବାଳିକା ଜଣଙ୍କ ଘରେ ଏକାକୀ ଥିଲା l ବାପା ଓ ମା କାମକୁ ଯାଇଥିଲେ l ଫଳରେ ଝିଅଟି ସାମନା ଘରକୁ ଟିଭି ଦେଖିବାକୁ ଯାଇଥିଲା ଟିଭି ଦେଖି ଫେରିଲାବେଳେ ଅଭଯୁକ୍ତ ନିଲେଶ୍ୱର ନାବାଳିକାକୁ ବାଟରୁ ଟେକି ନେଇ ନିକଟସ୍ତ ରାଶି ବାରିକୁ ନେଇ ଦୁଷ୍କର୍ମ କରିଥିଲା l ବାପାମା ଘରକୁ ଫେରିଲା ପରେ ନାବାଳିକା ଜଣକ କାନ୍ଦିକାନ୍ଦି ବାପାମାଙ୍କୁ କହିବା ପରେ ନାବାଳିକାର ପରିବାର ଲୋକେ ଦାରିଙ୍ଗବାଡି ଥାନାରେ ଏତଲା ଦେଇଥିଲେ l ଆଜି ଦଶ ଜଣ ସାକ୍ଷୀ ଓ ଡାକ୍ତରୀ ରିପୋର୍ଟ ପୋଲିସ ରିପୋର୍ଟକୁ ଆଧାର କରି ପୋକସୋ କୋର୍ଟ ବିଚାରପତି ସଂଜିତ କୁମାର ବେହେରା ଏହି ରାୟ ଶୁଣାଇଥିବା କଥା ସରକାରୀ ଓକିଲ ଅସୀମ ପ୍ରହରାଜ କହିଛନ୍ତି l

Leave A Reply

Your email address will not be published.