xmas

ଅର୍ଚ୍ଚନା ନାଗ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ସ୍ମାରକ ପତ୍ର

ଫୁଲବାଣୀ, ୨୧/୧୦: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଯୌନ କେଳେଙ୍କାରୀ ମାମଲାର ନିରପେକ୍ଷ ତଦନ୍ତ ଦାବି କରି କନ୍ଧମାଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ବରେ ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଉଦେଶ୍ୟରେ ଏସପିଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଏହି ମାମଲାରେ ରାଜ୍ୟର ବହୁ ବଡ଼ ବଡ଼ ପଦସ୍ଥ ଅଧିକାରୀ, ନେତା ମନ୍ତ୍ରୀ, ଓ ବିଶିଷ୍ଟ ବ୍ୟବସାୟୀ ପ୍ରମୁଖଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହେଉଛି l ଅର୍ଚ୍ଚନାଙ୍କୁ କୋଟି କୋଟି କଳା ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି l ଏଣୁ ଏହାର ନିରପେକ୍ଷ ତଦନ୍ତ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଯୁବ କଂଗ୍ରେସ l ଅନ୍ୟ ମାନଙ୍କ ମଧ୍ୟରେ ଯୁବନେତା ସଞ୍ଜୟ କହଁରଙ୍କ ସମେତ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ I

Leave A Reply

Your email address will not be published.