ଶଙ୍କରାଖୋଲ ଗଜଳକ୍ଷ୍ମୀ ପୂଜା ଅବସରରେ ନାଟକ “ଦୁଃଖ ଦେଇ ଗଲା ଦରଦୀ ବନ୍ଧୁ” ମଞ୍ଚସ୍ଥ

ଫୁଲବାଣୀ, ୨୧/୧୦: କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଠାରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ଅବସରରେ ପୂଜା କମିଟି ପକ୍ଷରୁ ଲୋକଙ୍କ ମନୋରଞ୍ଜନ ପାଇଁ “ଦୁଃଖ ଦେଇଗଲା ଦରଦୀ ବନ୍ଧୁ” ନାଟକ ପରିବେଷଣ କରାଯାଇଥିଲା l ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଟକର ଶୁଭ ଉଦଘାଟନ କରିବା ସହ ନାଟକ ଲୋକଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବା ସହ ସମାଜରେ ସଂସ୍କାର ଆଣିବା ସହ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇଥାଏ ବୋଲି କହିଥିଲେ l ଆଜିକାଲି ଟେଲିଭିଜନ ଯୁଗରେ ଡ୍ରାମା ଓ ନାଟକ ପ୍ରତି ଦିନକୁ ଦିନ ଲୋକମାନଙ୍କ ରୁଚି କମିଯାଉଛି ଯାହାକି ଉଦବେଗ ଜନକ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି କହିଥିଲେ l ସେହିପରି ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାମବିଶି ଡିଗାଲ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସାମ୍ବାଦିକ, ନାଟ୍ୟପ୍ରେମୀ, ସ୍ବେଛାସେବୀ ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ ଯେ, ଶଙ୍କରାଖୋଲ ଗଜଲକ୍ଷ୍ମୀ ପୂଜା କମିଟି ପ୍ରତିବର୍ଷ ଜିଲ୍ଲାରେ କଳା ସଂସ୍କୃତି ବଜାୟ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି l

Leave A Reply

Your email address will not be published.