କଂଗ୍ରେସ ଓ ସ୍ଵାଧୀନ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ; ଜି.ଉଦୟଗିରି କାଉନସିଲ ବୈଠକରେ ପ୍ରବଳ ହଟ୍ଟଗୋଳ

ଫୁଲବାଣୀ-୨୧/୧୦ ଜି.ଉଦୟଗିରି ଏନଏସିର କାଉନସିଲ ବୈଠକରେ କଂଗ୍ରେସ ଓ ସ୍ଵାଧୀନ କାଉନସିଲରଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ବୈଠକରେ ପ୍ରବଳ ପାଟିତୁଣ୍ଡ, ଟେବୁଲ ପିଟାପିଟି, ଯୁକ୍ତିତର୍କ ହୋଇଥିଲା। ଏନଏସି ଅଧ୍ୟକ୍ଷା ମିଶନ ଶକ୍ତି ଓ ଅନ୍ୟାନ୍ୟ ଉନ୍ନୟନମୂଳକ ବାବଦ ଅର୍ଥ କେତେ ହଡପ କରିଛ ବୋଲି କାଉନସିଲର ମାନେ ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କୁ ପଚାରିଥିଲେ । ତେବେ କୌଣସି ପରିସ୍ଥିତିରେ କାହାରିକୁ ମଧ୍ୟ ଅଣଦେଖା କରାଯାଉ ନ ଥିବା କହିଥିଲେ ଅଧ୍ୟକ୍ଷା ମିଶ୍ର। ଅଧ୍ୟକ୍ଷା ବିଜେଡି ଦଳର ହେଇଥିବାରୁ ଅନ୍ୟ ଦଳର କାରନସିଲରମାନେ ପ୍ରଶ୍ନ କରିଥିଲେ । ତେବେ ଅଧ୍ୟକ୍ଷା ଭାନୁପ୍ରଭା ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବାର ମାସ କେଇଟା ମଧ୍ୟରେ ସହରର ଜନସାଧାରଣଙ୍କ ସୁବିଧା ପାଇଁ ପାନୀୟ ଜଳ, ବିଦ୍ୟୁତ ଆଲୋକ ଡ୍ରେନ ସମସ୍ୟା, ରାସ୍ତାଘାଟରେ ଯଥେଷ୍ଟ ଉନ୍ନତି ଆସିଛି। ସେହିପରି ସହରର ସ୍ଵଛତାକୁ ଚାଲେଞ୍ଜ ନେଇ ସେ କାର୍ଯ୍ୟ ଜାରୀ ରଖିଛନ୍ତି । ଘରକୁ ଘର ଓ ୱାର୍ଡ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝୁଛନ୍ତି । ଫଳରେ ଲୋକେ ବେଶ ଖୁସି ଅନୁଭବ କରୁଛନ୍ତି । ତେବେ ହାତଗଣତି କିଛି ଲୋକ ତାଙ୍କୁ ଅଯଥା ବଦ ନାମ କରିବା ଲାଗି ରିତିମତ ଚକ୍ରାନ୍ତ୍ର କରୁଥିବା ସେ କହିଛନ୍ତି । ତେବେ ଉନ୍ନୟନ୍ନ କାର୍ଯ୍ୟ ଚାଲିଛି ଓ ଚାଲିବ ମଧ୍ୟ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.