ଫୁଲବାଣୀ ଆଲାମୀ ପଞ୍ଚାୟତ ଅଫିସ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ମୂଲ୍ୟ ସାମଗ୍ରୀ ଲୁଟ

ଫୁଲବାଣୀ, ୨୧/୧୦: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଆଲାମୀ ପଞ୍ଚାୟତର ତାଲା ଭାଙ୍ଗି ଲକ୍ଷ ଲକ୍ଷ ଟଙ୍କା ମୁଲ୍ୟର ଆସବାପତ୍ର ସମେତ ମୂଲ୍ୟବାନ କଂପ୍ୟୁଟର, ବେଟେରୀ ,ଇନଭର୍ଟର ଓ ଅନ୍ୟାନ୍ୟ ଜିନିଷ ପତ୍ର ଚୋରୀ ହୋଇଯାଇଛି । ଏନେଇ ସଦର ଥାନାରେ ଏତଲା ଦିଆଯାଇଛି। ଚୋରୀ ହେବାର ସପ୍ତାହେ ବିତି ଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି । ଅନ୍ଧାରରେ ବାଡି ବୁଲାଉଛି ପୋଲିସ । ଏପଟେ ଜିନିଷପତ୍ର ସବୁ ଚୋରୀ ହୋଇଯାଇଥିବାରୁ କାମ କିଛି ହୋଇପାରୁନି। ସଦର ପୋଲିସ ତଦନ୍ତ କରୁଥିବା କହିଛି । ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଉଦ୍ଧାର କରିବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ ।

Leave A Reply

Your email address will not be published.