କ୍ଲଷ୍ଟର ସ୍ତରୀୟ ସୁରଭୀ କାର୍ଯ୍ୟକ୍ରମ

ଫୁଲବାଣୀ, ୨୨/୧୦: ହାଇସ୍କୁଲ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭୀ ୨୦୨୨ ପାଳନ ନିମନ୍ତେ ୧୮/୧୦/୨୦୨୨ ଠାରୁ ୨୨/୧୦/୨୨ ମଧ୍ୟରେ ସମଗ୍ର ରାଜ୍ୟରେ ଯେ କୌଣସି ଗୋଟିଏ ଦିନ ପାଳନ କରିବା ପାଇଁ ପରାମର୍ଶ ଦିଆଯାଇଛି l ସେହି ଅନୁସାରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ପୌର ପରିଷଦରେ ଦୁଇଟି କ୍ଲଷ୍ଟର ଲେବେଲ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଏଯେଓ ହାଇସ୍କୁଲ କ୍ଲଷ୍ଟରରେ ସିଆରସିସି ସରିତା ମହାରଣାଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର ଯୋଗ ଦେଇ ଶିଶୁ ଓ ଦିବ୍ୟାଙ୍ଗ ମାନେ କିପରି ବହୁ ସଂଖ୍ୟାରେ ବିଦ୍ୟାଳୟକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିବେ ସେ ନେଇ ଶିକ୍ଷକ ଶିକ୍ଷୟତ୍ରୀ ଅବିଭାବକ ମାନେ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ l ସେହିପରି ବିଇଓ ରଞ୍ଜନ କଂହର, ଫିରିଙ୍ଗିଆ ବିଇଓ ଅଶୋକ ମିଶ୍ର, ଏବିଇଓ ଅମୁଲ୍ୟ ଜେନା ପ୍ରମୂଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଏଯେଓ କ୍ଲଷ୍ଟରର ୪୦ରୁ ଅଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ସହିତ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ l ଛାତ୍ରୀଙ୍କ ମଧ୍ୟରେ ମୋଟ ୧୮ଟି ପ୍ରତିଯୋଗିତା ହୋଇଥିଲା l ଉକ୍ତ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନେ ବ୍ଲକ ଲେବଲ ସୁରଭି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସିଆରସିସି ସରିତା ମହାରଣା କହିଛନ୍ତି l

Leave A Reply

Your email address will not be published.