xmas

ଆଉଟ ସୋରସିଙ୍ଗ କର୍ମଚାରୀ ସଙ୍ଘ ବୈଠକ

ଫୁଲବାଣୀ, ୨୨/୧୦: କନ୍ଧମାଳ ଜିଲ୍ଲା ଆଉଟସୋର୍ସିଙ୍ଗ କର୍ମଚାରୀ ସଙ୍ଘର ଏକ ଗୁରତ୍ୱପୁର୍ଣ ବୈଠକ ସ୍ଥାନୀୟ ପରିଜାତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ରାଜ୍ୟ ଆବାହକ ପ୍ରଭାତ ମହାନ୍ତି, ରାଜ୍ୟ ସଭାପତି ସଞ୍ଜୟ ପଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ତାପସ ମିଶ୍ର, ଠିକା କର୍ମଚାରୀ ସଙ୍ଘ ସଭାପତି ବିଜୟ ମଲ୍ଲ, ହେଡ଼ସ ଅପ ଡି ପାର୍ଟମେଣ୍ଟ ୟୁନିୟନ ଉପ ସଭାପତି ସମରେଶ ପଟନାୟକ, ଜିଲ୍ଲା କର୍ମଚାରୀ ସଂଗ୍ରାମ ସମିତି ସଭାପତି ବ୍ରଜ ପଟନାୟକ, ସମ୍ପାଦକ ପଦ୍ମଲୋଚନ ମହାନ୍ତି, କନ୍ଧମାଳ ଜିଲ୍ଲା ଆଉଟ ସୋର୍ସିଙ୍ଗ ସଙ୍ଘ ସଭାପତି ପୁର୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ ସରକାର ତୁରନ୍ତ ଆଉଟ ସୋର୍ସିଙ୍ଗ ପ୍ରଥାକୁ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଥିଲେ l ସମାନ କାମକୁ ସମାନ ଦରମା ବ୍ୟବସ୍ଥା ଥିବା ବେଳେ ଏହି କର୍ମଚାରୀ ମାନେ ଟେଣ୍ଡର ନେଇଥିବା ମାଲିକ ମାନଙ୍କ ଶୋଷଣର ଶିକାର ହେବା ସହ ଉପଯୁକ୍ତ ପ୍ରାପ୍ୟ ମଧ୍ୟ ପାଉନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ l ଅତି ଶୀଘ୍ର ସେମାନଙ୍କ ଦାବି ପୂରଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି କହିଥିଲେ l ଏହି ବୈଠକରେ ଜିଲ୍ଲାର ସମସ୍ତ ଆଉଟ ସୋର୍ସିଙ୍ଗ କର୍ମଚାରୀ ଯୋଗ ଦେଇଥିଲେ l

Leave A Reply

Your email address will not be published.