xmas

ସପ୍ତମ ସହୀଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପ୍ରେସ ଟିମ ବିଜୟୀ

ଫୁଲବାଣୀ, ୨୨/୧୦: ଜିଲ୍ଳା ପୋଲିସ ପକ୍ଷରୁ ଆୟୋଜିତ ସପ୍ତମ ସହିଦ ମେମୋରିଆଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ପ୍ରେସ- ୧୧ ଓ ଵିଶିପଡା ସହ ଅନୁଷ୍ଠିତ ମ୍ୟାଚରେ ପ୍ରେସ ୧୧ ବିଜୟୀ ହୋଇଛି l ଵିଶିପଡା ଟିମ ପ୍ରଥମେ ବ୍ୟାଟିଂ କରି କୋଡିଏ ଓଭରରେ ମୋଟ ୨୦୫ ରନ ସଂଗ୍ରହ କରିଥିବା ବେଳେ ପ୍ରେସ ଟିମ ୧୯ ଓଭର ୫ଟି ବଲରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ବିଜୟୀ ହୋଇଥିଲେ l ଖେଳ ସଂଘର୍ଷ ପୂର୍ଣ ଥିଲା l ପ୍ରେସ ଟିମର ରୁପେଶ ପାଢ଼ୀ ଓ ବିଭୁତି ନାୟକ ଛକା ଓ ଚୌକା ମାରି ଦଳକୁ ବିଜୟୀ ଆଡକୁ ନେଇଆସିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଆଉଟ ହୋଇ ଯାଇଥିଲେ l ଉତ୍ତମ ଖେଳ ପ୍ରଦର୍ଶନ କରିଥିବାରୁ ବିଭୁତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା l ତେବେ ବାଳକୃଷ୍ଣ ଚର୍ଚି ଓ ସୁଧୀର ମହାରଣା ଚୌକା ମାରି ପ୍ରେସ ଟିମକୁ ବିଜୟୀ କରିଥିଲେ l ଆସନ୍ତା ୨୫ରେ ଏସଓଜି ଟିମ ଓ ପ୍ରେସ ଟିମ ମଧ୍ୟରେ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ l ଅନ୍ୟମାନଙ୍କ ମଧ୍ୟରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଦିଗଲ, ଅଜିତ ମହାରଣା, ଆଦିତ୍ୟ ତ୍ରିପାଠୀ, ରମେଶ ପ୍ରଧାନ, ଶିବ ରାମ ନାୟକ, ବୈଦ୍ୟ ନାଥ ନାୟକ, ପ୍ରମୁଖ ବହୁ ସାମ୍ବାଦିକ ଉପସ୍ଥିତ ରହି ଟିମକୁ ଉତ୍ସାହିତ କରିଥିଲେ l

Leave A Reply

Your email address will not be published.