ଭୁବନେଶ୍ୱର: ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ପ୍ରତିଭା ବିକାଶ ଶିକ୍ଷା କେନ୍ଦ୍ରର +୨ ଛାତ୍ର ଶ୍ରୀତମ ବାରିକଙ୍କ କଳାକୃତି ତାଙ୍କର ନିଆରା ପ୍ରତିଭାକୁ ପ୍ରତିପାଦିତ କରୁଥିବାବେଳେ ସବୁଠୁଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ତାଙ୍କର ନିଆରା କଳାକୃତିକୁ ପ୍ରଶଂସିତ କରିଥିବା ବେଳେ ଓଡ଼ିଆ ଅଭିନେତା ଭିକାରୀ ସ୍ୱାଇଁ ତାଙ୍କୁ ଦୁର୍ଗା ପୂଜା ଉପଲକ୍ଷେ ସ୍ବତନ୍ତ୍ର ଭାବେ ସମ୍ମାନିତ କରିଥଲେ। ଏପରିକି ଶ୍ରୀତମଙ୍କ ମନୋମୁଗ୍ଧକର କଳାକୃତି ଚକେଇସିହାଣୀ ଦୂର୍ଗାପୂଜା ତୋରଣରେ ପ୍ରଦର୍ଶିତ ହୋଇଥିଲା। ଶ୍ରୀତମ ହେଉଛନ୍ତି ସଞ୍ଜୟ କୁମାର ବାରିକ ଓ ମାତା ଝରଣା ବାରିକ ଙ୍କ ସନ୍ତାନ, ସେ ୱାର୍ଡ ନମ୍ବର ପାଞ୍ଚ ର ସମେଇଗାଡିଆ ରେ ରୁହନ୍ତି। ଯିଏ ଏହି କଳାକୃତିକୁ ଦେଖୁଥିଲା ଶ୍ରୀତମଙ୍କ ଅନନ୍ୟ ଚିତ୍ରକଳାକୁ ଭୂୟସୀ ପ୍ରଶଂସା କରିଥିଲେ, ତାଙ୍କର ଏହି ପ୍ରତିଭା ଉଜ୍ଜ୍ୱଳମୟ ହେଉ।
