xmas

ଭିଜିଲାନ୍ସ ଜାଲରେ କୋଟଗଡ଼ ଥାନା ଅଧିକାରୀ

ଫୁଲବାଣୀ, ୨୩/୧୦: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ଼ ଥାନା ଆଇଆଇସି ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ ଧୀରଜ କୁମାର ଲେଙ୍କା l ଏକ ଘରୋଇ ଗାଡ଼ିରେ ଫୁଲବାଣୀ ଆସୁଥିବା ବେଳେ ବାଲିଗୁଡ଼ାରେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଆଇଆଇସି ଲେଙ୍କାଙ୍କ ଗାଡ଼ିରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି l ଲେଙ୍କାଙ୍କ ନାମରେ ପୂର୍ବରୁ ବହୁ ଅଭିଯୋଗ ହୋଇ ଆସୁଥିଲା l ଲେଙ୍କା ବିଭିନ୍ନ ମାମଲାକୁ ରଫା ଦଫା କରିବା ଲାଗି ମୋଟା ଅଙ୍କର ଅର୍ଥ ଦାବି କରି ନେଉଥିବା ଅଭିଯୋଗ ହୋଇଥିଲା l ନିକଟରେ ଜଣେ କାର୍ଯ୍ୟରତ ହୋମଗାର୍ଡଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିବା ନେଇ ହୋମଗାର୍ଡ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ l ଲେଙ୍କାଙ୍କ ଆୟ ବହିର୍ଭୁତ ସମ୍ପତ୍ତି ଓ ଏନେଇ ସର୍ବିଶେଷ ତଥ୍ୟ ତଦନ୍ତ ପରେ ଜଣାପଡିବ ବୋଲି ତଦନ୍ତ କାରି ଅଧିକାରୀ କହିଛନ୍ତି l

Leave A Reply

Your email address will not be published.