xmas

ଲୁହା ଶିକୁଳିରେ ବନ୍ଧା ହୋଇ ବିତୁଛି ତିନି ଜଣଙ୍କ ଜୀବନ, ସରକାରୀ ସହାୟତା ମିଳୁନି

ଫୁଲବାଣୀ, ୨୪/୧୦: ଜଣେ କି ଦୁଇ ଜଣ ନୁହେଁ ତିନି ତିନି ଜଣଙ୍କୁ ଗୋଡରେ ବେଡି ପକାଇ ରଖିବାକୁ ପଡ଼ିଛି ପରିବାର ଲୋକଙ୍କୁ l ଏଭଳି ଖବର ଆସିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାଡ଼ଙ୍ଗୀ ପଞ୍ଚାୟତରେ l ପାଡ଼ଙ୍ଗୀ ପଞ୍ଚାୟତର ବରସାହିରେ କୁନ୍ତୀ ଲତା ପ୍ରଧାନଙ୍କ ଝିଅ ମମିତା ପ୍ରଧାନ I ମମୀତା ଯୁକ୍ତ ୨ ରେ ପାଠ ପଢୁଥିଲେ l ହଟାତ ମାନସିକ ଭାରସାମ୍ୟ ହରାଇବା ପରେ ପାଠ ପଢ଼ାରେ ଡୋରି ଲାଗିଛି ମମୀତାଙ୍କର l ପରିବାର ଲୋକେ ଫୁଲବାଣୀ ସମେତ ଅନ୍ୟାନ୍ୟ ଡାକ୍ତରଖାନାରେ ସାଧ୍ୟମତେ ଝିଅର ଚିକିତ୍ସା କରିଥିଲେ ହେଲେ ଭଲ ହୋଇନଥିଲେ ମମିତା l କେବଳ ମମୀତା ଏକା ନୁହଁନ୍ତି ସେହି ସାହିର ଅଟଳ ପ୍ରଧାନ ନାମକ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେଲା ମାନସିକ ରୋଗରେ ଆକ୍ରାନ୍ତ ହେବା ଦ୍ୱାରା ତାଙ୍କୁ ମଧ୍ୟ ପରିବାରଲୋକେ ଗୋଡ଼ରେ ବେଡି ପକାଇ ରଖିଛନ୍ତି l ସେହିପରି ପାଙ୍ଗନାଯୁର ନମିତା ବେହେରା ନାମକ ଜଣେ ମହିଳା ମଧ୍ୟ ଦୀର୍ଘ ବର୍ଷ ଧରି ମାନସିକ ରୋଗରେ ଆକ୍ରାନ୍ତ ହୋଇ ପଡିବାରୁ ତାଙ୍କୁ ମଧ୍ୟ ଗୋଡ଼ରେ ଲୁହା ଶିକୁଳି ବାନ୍ଧି ରଖାଯାଇଛି l ଡାକ୍ତର ଦେଖାଇଲେ ଭଲ ହେଲାନି ବୋଲି କହିଛନ୍ତି ପରିବାର ଲୋକେ l ଫଳରେ ଏହି ତିନିଜଣକୁ ବହୁକଷ୍ଟରେ ପାଳୁଛନ୍ତି ପରିବାର ଲୋକେ l ସରକାରଙ୍କ ପକ୍ଷରୁ ଭର୍ତ୍ତା ଟଙ୍କା ଓ ଚାଉଳ ଗଣ୍ଡାକ ମିଳୁଛି l ସେତିକିରେ ଚଳିବା ମୁସ୍କିଲ ବୋଲି ପରିବାର ଲୋକେ କହୁଛନ୍ତି l ତେବେ ଏମାନେ କାହାର ସେଭଳି କିଛି ଅସୁବିଧା ସୃଷ୍ଟି କରନ୍ତିନି l ପାଡ଼lଙ୍ଗୀ ପଞ୍ଚାୟତର ମମୀତା, ନମିତା ଓ ଅଟଳଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେଲେ ହୁଏତ ପୂର୍ବଭଳି ସ୍ୱାଭାବିକ ଜୀବନ ଯାପନ କରିପାରନ୍ତେ ବୋଲି ପରିବାର ଲୋକେ ଓ ଗ୍ରାମବାସୀ କହିଛନ୍ତି l ଏ ନେଇ ମତାମତ ନେବା ପାଇଁ ଟିକାବାଲି ବିଡ଼ିଓଙ୍କୁ ଯୋଗାଯୋଗ କରିଥିଲୁ ତେବେ ସମ୍ଭବ ହୋଇନଥିଲା l ତେବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଂଜନ ନାୟକ ଘଟଣାର ଅନୁଧ୍ୟାନ କରିବା ପରେ ସରକାରୀ ନୀତି ନିୟମ ଅନୁଯାୟୀ ଯଥା ସମ୍ଭବ ସହାୟତା କରାଯିବ ବୋଲି କହିଛନ୍ତି l

Leave A Reply

Your email address will not be published.