xmas

ଅନାଥ ଆଶ୍ରମରେ ଦୀପାବଳି ମନାଇଲେ ପୋୖରାଧ୍ୟକ୍ଷା

ଫୁଲବାଣୀ, ୨୫/୧୦: ଫୁଲବାଣୀ ପୋୖରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି ଫୁଲବାଣୀ ସହରର କେନ୍ଦୁପଦର ଠାରେ ଥିବା ଅନାଥ ଆଶ୍ରମକୁ ଯାଇ ସେଠାରେ ଥିବା କୁନି କୁନି ପିଲାଙ୍କ ସହ ଆଲୋକର ପର୍ବ ଦୀପାବଳି ଉତ୍ସବକୁ ବେଶ ଆନନ୍ଦ ଉଲ୍ଲାସର ସହ ମନାଇଥିଲେ l ସେଠାରେ ଦୀପ ଲଗାଇ ପିଲାମାନଙ୍କୁ ମିଠା ଖୁଆଇଥିଲେ ପୋୖରାଧ୍ୟକ୍ଷା ସ୍ମିତା l ପୋୖରାଧ୍ୟକ୍ଷାଙ୍କୁ ନିକଟରେ ପାଇ ପିଲାମାନେ ବେଶ ଖୁସି ମଧ୍ୟ ହୋଇଥିଲେ l ପୋୖରାଧ୍ୟକ୍ଷା ସ୍ମିତା ମଧ୍ୟ ଅନାଥ ପିଲାଙ୍କ ସହ ଦୀପାବଳି ମନାଇ ଖୁସି ଅନୁଭଵ କରିଥିବା କହିଛନ୍ତି l ଏହି ଅବସରରେ ସ୍ମିତା ଦୀପାବଳି ହେଉଛି ଆଲୋକର ପର୍ବ l ଆନନ୍ଦ ଉତ୍ସଵର ପର୍ବ l ପୂର୍ବ ପୁରୁଷ ମାନଙ୍କୁ ସ୍ମରଣ କରିବାର ପର୍ବ l ଏଣୁ ଆତସ ବାଜି କି ବାଣ ଆଦି ନ ଫୁଟାଇ ଘରେ ଘରେ ଦୀପ ଜାଳି, ଆଲୋକରେ ଘରକୁ ସଜ୍ଜାଇ ପରସ୍ପରକୁ ମିଠା ଖୁଆଇ ଦୀପାବଳି ମନାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ବାଣ ଫୁଟାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ଆଉ ବିଭିନ୍ନ ରୋଗରେ ଶିକାର ହେବାକୁ ପଡୁଥିବା କହିଥିଲେ ସ୍ମିତା l

Leave A Reply

Your email address will not be published.