xmas

ଲାଲବାହିନୀର ଉନ୍ନତ କାଣ୍ଡ: ସକାଳେ ହତ୍ୟା, ସନ୍ଧ୍ୟାରେ ଜେସିବି ଓ ଟ୍ରାକ୍ଟର ପୋଡିଲେ

ଫୁଲବାଣୀ, ୨୫/୧୦: ମାଓବାଦୀ ମାନେ ପୋଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ l ରବିବାର ସକାଳେ ପୋଲିସ ଇନଫର୍ମର ସନ୍ଦେହରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ନିକଟ ଟିକରବାଜୁ ଗ୍ରାମର ନୀଳକଣ୍ଠଙ୍କୁ ନିର୍ମମ ଭାବେ ହତ୍ୟା କରିବାର ୬ ଘଣ୍ଟା ନ ପୂରୁଣୁ ସନ୍ଧ୍ୟାରେ ରାସ୍ତା କାମ କରୁଥିବା ଏକ ଠିକା ସଂସ୍ଥାର ଜେସିବି ଓ ଟ୍ରାକ୍ଟରକୁ ଜାଳି ଦେଇଛନ୍ତି l ଏଥିସହ ସମ୍ପୃକ୍ତ ଗ୍ରାମର ଅନ୍ୟ ଠିକାଦାର, ଗାଁ ମୁଖିଆ ଓ ଅନ୍ୟ କେତକ ପୋଲିସର ଇନଫର୍ମର ସାଜିଛନ୍ତି ସେମାନେ ଏଥିରୁ ନିବୃତ ନ ରହିଲେ ନୀଳକଣ୍ଠଙ୍କ ପରି ହତ୍ୟା କରିବାକୁ ପୋଷ୍ଟରରେ ଧମକ ଦେଇଛନ୍ତି l ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ଏହl କରିଥିବା କୁହାଯାଇଛି l ଗୋଟିଏ ଦିନରେ ଦୁଇ ଦୁଇଟା ମାଓ ହମଲାରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି l ଭୟରେ ଘରୁ କେହି ପଦାକୁ ବାହାରୁନାହାନ୍ତି l ଗତ ଦଶ ଦିନ ତଳେ ଏହି ଜଙ୍ଗଲରେ କମ୍ବିଙ୍ଗ ବେଳେ ହୋଇଥିବା ଗୁଳି ବିନିମୟରେ ଜଣେ କ୍ୟାଡର ମହିଳା ମାଓବାଦୀର ମୃତ୍ୟୁ ଘଟାଇଥିଲା l ଏଥିସହ ପୋଲିସ ସର୍ଚ୍ଚ ଅପରେସନ କରି ବହୁ ମାଓ ସାମଗ୍ରୀ ଜବତ କରିଥିଲା l ତେବେ ଜିଲାର ବିଭିନ୍ନ ଅଞ୍ଚଳରେ ପୋଲିସର କମ୍ବିଙ୍ଗ ଚାଲିଛି ଆଉ କନ୍ଧମାଳକୁ ମାଓ ମୁକ୍ତ କରାଯିବ ବୋଲି ପୋଲିସ କହୁଛି l

Leave A Reply

Your email address will not be published.