xmas

ଏନ ୱାଇ କେର ସ୍ୱଚ୍ଛତା କାର୍ଯ୍ୟକ୍ରମ

ଫୁଲବାଣୀ, ୨୬/୧୦: ବୁଧବାର କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ବଳସକୁମ୍ପାର ମା ବରାଳଦେବୀ ମନ୍ଦିର ପରିସର ପିଲାସାଲୁକି ଡ୍ୟାମ ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି ପର୍ଯ୍ୟଟନ ସ୍ଥଳୀକୁ ଜିଲ୍ଲା ତଥା ରାଜ୍ୟ ବାହାରରୁ ପର୍ଯ୍ୟଟକ ମାନେ ବୁଲିବାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ଭୋଜିଭାତ ମଧ୍ୟ କରିଥାନ୍ତି l ଫଳରେ ପରିବେଶ ନଷ୍ଟ ହୋଇଥାଏ | ଏହି ପର୍ଯ୍ୟଟନ ସ୍ଥଳୀକୁ ସ୍ଵଛ ଓ ସୁନ୍ଦର ରଖିବା ପାଇଁ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀଙ୍କ ନିର୍ଦେଶ କ୍ରମେ ସହକର୍ମୀ ସତ୍ୟବାନ ଦଳବେହେରାଙ୍କ ନେତୃତ୍ୱରେ ସ୍ବେଛାସେବୀ ମାନଙ୍କ ମଧ୍ୟରେ ସୋନାଲି ଡିଗାଲ, ରୀତିମା ବାଘ, ମେଘା ରାଣୀ ମହାପାତ୍ର, ଚନ୍ଦ୍ରମଣୀ ଦେହୁରୀ, ସିବେନ୍ଦ୍ର ଡିଗାଲ ଓ କମଳ ଲୋଚନ ଦେହୁରୀ, ମିନି କଂହର, ସୁଭଦ୍ରା ମଲ୍ଲିକ, ଚନ୍ଦନ ପୃଷ୍ଟି, ସୁଭଦ୍ରା ମଲ୍ଲିକ, ବନିତା ମଲ୍ଲିକ, ଦିଗବିଜୟ ପ୍ରଧାନ ପ୍ରମୁଖ ମିଶି ଏ ସବୁ ପର୍ଯ୍ୟଟନ ସ୍ଥଳୀରେ ପଡ଼ିଥିବା ଅଳିଆ ଆବର୍ଜନା ଯଥା ଜରି, ସୋଲପ୍ଲେଟ, କାଚ ବୋତଲ ଇଦ୍ୟାଦିକୁ ସଫା କରି ପରିଷ୍କାର କରିଥିଲେ | ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନାଭିନୀତ କୁମାର କହିଛନ୍ତି l

Leave A Reply

Your email address will not be published.