ବରଗଡ଼ ଜିଲ୍ଲା ପଦ୍ମପୁର ଉପ ନିର୍ବାଚନକୁ ନେଇ ଆଲୋଚନା ଓ ସମାଲୋଚନା

ସକିଏ ପାଇବ ବିଜେଡି ଟିକେଟ

ବରଗଡ଼: କେବେ ହେବ ପଦ୍ମପୁର ଉପ ନିର୍ବାଚନ ଘୋଷଣା ହୋଇ ନ ଥିଲେବି ବରଗଡ଼ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଏବେ ଉପ ନିର୍ବାଚନ ଚର୍ଚ୍ଚା ଯୋର ଧରିବାକୁ ଲାଗିଛି। ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ କେବେ ହେବ ପଦ୍ମପୁର ଉପନିର୍ବାଚନ ତାକୁ ନେଇ ଯେତିକି ଆଲୋଚନା ଯୋର ଧରିଛି ତା ଠାରୁ ଅଧିକ ଆଲୋଚନା ଓ ସମାଲୋଚନା ଯୋର ଧରିଛି କିଏ ଉପନିର୍ବାଚନ ବିଜୁ ଜନତା ଦଳରରେ ଟିକେଟ ପାଇବ । ବିଧାୟକ ବିଜୟଙ୍କ ଦେହାନ୍ତ ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳରେ ଅନେକ ଟିକେଟ ଆଶାୟୀଙ୍କ ନାମ ଚର୍ଚ୍ଚାରେ ରହିଛି ମୁଖ୍ୟ କରି ବିଧାୟକଙ୍କ ପତ୍ନୀ ତିଲୋତ୍ତମା ସିଂ ବରିହା, ବିଜୟଙ୍କ ପୁତ୍ର ଭୋଜରାଜ ସିଂ ବରିହା ବିଜୁ ଜନତା ଦଳର ସକ୍ରିୟ ସଂଗଠକ ପ୍ରଶାନ୍ତ ମହାନ୍ତିଙ୍କ ନାମ ଆଗରେ ରହୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ଏଥର ବିଜୁ ଜନତା ଦଳରୁ ଜଣେ ମହିଳା ଉପନିର୍ବାଚନ ଲଢ଼ି ପାରନ୍ତି ବୋଲି ଚର୍ଚ୍ଚା ହେଉଥିବାରୁ ଟିକେଟ କିଏ ପାଇବ ତାହା ସହଜରେ କଳ୍ପନା କରିବା କଷ୍ଟକର ହୋଇ ପଡୁଛି। ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ଦେବେ ତାହେଲେ ବିଧାୟକଙ୍କ ପତ୍ନୀ ତିଲୋତ୍ତମା ହୁଅନ୍ତୁ କିମ୍ବା ପାଇକମାଳ, ଝାରବନ୍ଧ କିମ୍ବା ପଦ୍ମପୁରରୁ ଜଣେ ମହିଳା ଟିକେଟ ପାଇପାରନ୍ତି ହେଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ କେହି ଆକଳନ କରି ପାରୁ ନ ଥିବାରୁ କିଏ ପାଇବ ବିଜୁ ଜନତା ଦଳର ପଦ୍ମପୁର ଟିକେଟ ତାହା ଏବେ ରହସ୍ୟ ହୋଇ ରହିଛି। ଅନ୍ୟପଟେ ଜଣେ ପ୍ରଶାସନିକ ଅଧିକାରୀଙ୍କ ନାମ ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ସେ କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ନିଷ୍ପତ୍ତି ସ୍ପଷ୍ଟ କରୁନଥିବାରୁ ତାଙ୍କ ଚର୍ଚ୍ଚା ଏକ ଗୁଜବ ଆଡ଼କୁ ଗତି କରୁଛି। ବର୍ତ୍ତମାନ ପର୍ଯ୍ୟନ୍ତ କୈାଣସି ଦଳ ଉପନିର୍ବାଚନ ଉପରେ ଦଳିୟ କାର୍ଯ୍ୟକ୍ରମ ଆରମ୍ଭ କରିନଥିବା ବେଳେ ନିର୍ବାଚନ ମଣ୍ଡଳୀର ଜନସାଧାରଣ କିନ୍ତୁ ଉପ ନିର୍ବାଚନ ପାଇଁ ମୁଣ୍ଡ ଖେଳାଇବା ଆରମ୍ଭ କରି ଦେଲେଣି। ଆସନ୍ତା ଉପ ନିର୍ବାଚନକୁ ନେଇ କିନ୍ତୁ ଲୋକଙ୍କ ମୁହଁରେ ଅନେକ ଚର୍ଚ୍ଚା ଆଲୋଚନା ଓ ସମାଲୋଚନା ଆରମ୍ଭ ହେଲାଣି ।

Leave A Reply

Your email address will not be published.