ଫୁଲବାଣୀ ଆଇଟିଡିଏ ପକ୍ଷରୁ ହାଇବ୍ରିଡ଼ ପଣସ ଚାରା ପ୍ରଦାନ

ଫୁଲବାଣୀ, ୨୮/୧୦: ଫୁଲବାଣୀ ଆଇଟିଡିଏ ପକ୍ଷରୁ ଖଜୁରୀପଡା ବ୍ଲକର ପିରିକୁଡି ପଞ୍ଚାୟତର କରଡ଼ା କୁମ୍ପା ଗ୍ରାମଠାରେ ଉନ୍ନତ ମାନର ପଣସ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇ ଉନ୍ନତ ମାନର ପଣଷ ଚାରା ରୋପଣ କରାଯାଇଛି l ଖଜୁରୀପଡା ବ୍ଲକ ଅଧକ୍ଷା ସୁଶ୍ରୀ ଅନିମା କହଁର ପଣସ ଚାରା ରୋପଣ କରି ଯୋଜନାର ଶୁଭାରମ୍ଭ କରିଥିଲେ l କରଡା କୁମ୍ପା ଗ୍ରାମରେ ଦଶ ଏକର ଜମିରେ ଚାଳିଶରୁ ଊର୍ଧ୍ୱ ଜମିରେ ଉନ୍ନତ କିସମ ପଣସ ଚାରା ରୋପଣ କରାଯିବ l ଏହି ଉନ୍ନତ କିସମ ଚାରା ତାମିଲନାଡୁରୁ ଅଣାଯାଇଛି l କମ ସମୟରେ ଏହି ପଣସ ଗଛରେ ବର୍ଷରେ ଦୁଇଥର ପଣସ ଫଳିବ ବୋଲି ବିଭାଗର ଅଧିକାରୀ କହିଛନ୍ତି l ଫଳରେ ଚାଷୀ ଅଧିକା ଲାଭ ପାଇବ ବୋଲି କହିଛନ୍ତି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ l ଅନ୍ୟମାନଙ୍କ ମଧ୍ୟରେ ଉଦ୍ୟାନ ବିଭାଗ ଉପ ନିର୍ଦେଶକ ମିହିର କୁମାର ସାମନ୍ତରାୟ, ସରପଞ୍ଚ ଉମା ଚରଣ ମଲିକ, ସମିତି ସଭ୍ୟ ଅମୁଲ୍ୟ ଦେହୁରୀ, ତାମିଲନାଡୁ ଜିଏସଟି ସଂସ୍ଥାର ମାଲିକ ଡାନିଏଲ ୟୂନିସର, ଯୋଗ ଦେଇ ଚାଷୀଙ୍କୁ ପଣସ ଚାଷ ଓ ବିକ୍ରିବଟା ଉପରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମରେ ପ୍ପ୍ରକଳ୍ପ ପରିଚାଳକ ପି. ମୁରଲୀମୋହନ, ବିଷୟ ବିଶାରଦ ଶୁଭଶ୍ରୀ ମହାନ୍ତି, ଜୀବିକା ବିଶେଷଜ୍ଞ ବଦ୍ୟ ନାଥ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.