xmas

ବରଗଡ଼ ଜିଲ୍ଲାରେ ଆସନ୍ତା ୨୫ରୁ ଖରିଫ୍ ଧାନ କିଣା ଆରମ୍ଭ

ବରଗଡ଼: ଆସନ୍ତା ନଭେମ୍ବର ୨୫ ତାରିଖରୁ ବରଗଡ଼ ଜିଲ୍ଲାର ଅତାବିରା ଆରଏମସିର ଅତାବିରା ମାର୍କେଟ ୟାର୍ଡରୁ ଖରିଫ୍ ଧାନ କିଣା ଆରମ୍ଭ ହେବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଭେଡେନ ମାର୍କେଟ ୟାର୍ଡରୁ ୨୬ ତାରିଖ ଧାନ କିଣାଯିବ। ସେହିପରି ବରଗଡ଼ ଆରଏମସି ଅନ୍ତର୍ଗତ ବରଗଡ଼ ମାର୍କେଟ ୟାର୍ଡରୁ ୨୯ ନଭେମ୍ବର, ଅମ୍ବାଭୋନା ମାର୍କେଟ ୟାର୍ଡରୁ ୬ ଡିସେମ୍ବର, ବରପାଲି ଓ ଭଟଲିରେ ୨ ତାରିଖରୁ ଖରିଫ୍ ଧାନ କିଣା ଆରମ୍ଭ ହେବ। ପଦ୍ମପୁର ଆରଏମସି ଅନ୍ତର୍ଗତ ବିଜେପୁର ମାର୍କେଟ ୟାର୍ଡରେ ଡିସେମ୍ବର ୪ ତାରିଖରୁ, ଗାଇସିଲେଟରେ ୭, ଝାରବନ୍ଧରେ ୪, ପଦ୍ମପୁରରେ ୩, ପାଇକମାଳରେ ୩ ଏବଂ ସୋହେଲା ମାର୍କେଟ ୟାର୍ଡରୁ ୨ ଡିସେମ୍ବରରୁ ଖରିଫ୍ ଧାନ କିଣା କାର୍ଯ୍ୟ ହେବ। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ଜିଲ୍ଲାରେ ୧୪,୦୧,୧୩୦ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଜିଲ୍ଲାର ୨୦୫ଟି କେନ୍ଦ୍ରରେ କିଣା ଯିବ। ସେଥି ମଧ୍ୟରେ ବରଗଡ଼ ଉପଖଣ୍ଡରେ ୧୨୮ ଓ ପଦ୍ମପୁର ଉପଖଣ୍ଡରେ ୭୭ ସଂଗ୍ରହ କେନ୍ଦ୍ର ରହିଛି। ଧାନ କିଣାବା ପାଇଁ ୫୮ଟି ପ୍ୟାକ୍ସ ଓ ୨୬ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପଞ୍ଜିକରଣ କରାଯାଇଅଛି। ସେହିପରି ଧାନ କିଣାବା ପାଇଁ ଜିଲ୍ଲାର ୧୧୨ଟି ମିଲର ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଚଳିତ ଖରିଫ ଋତୁରେ ପାଇଁ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ୬୫,୦୮,୮୨୩ କ୍ଵିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ହେଲେ ଚଳିତ ବର୍ଷ ଜିଲ୍ଲାରୁ ୬୧,୪୧,୦୨୧ କ୍ଵିଣ୍ଟାଲ ଧାନ ଉତ୍ପାଦନ ହେବ ବୋଲି ଆକଳନ ରହିଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.