xmas

ଫୁଲବାଣୀରେ ସଞ୍ଚୟ ରଥ ଉଦଘାଟିତ

ଫୁଲବାଣୀ, ୩୦/୧୦: ରବିବାର ବିଶ୍ୱ ମିତଵ୍ୟୟିତା ଦିବସ ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ l ଏହି ଅବସରରେ ସମସ୍ତେ ନିଜର ସୁଖ ମୟ ଭବିଷ୍ୟତ ପାଇଁ ଆଜିଠାରୁ କିଛି କିଛି ସଞ୍ଚୟ କରିବାକୁ ପରାମର୍ଶ ଦେଇଥିଲେ l ଏହି ଅବସରରେ ସଞ୍ଚୟ ରଥ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲା l ଏହି ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ପ୍ରେମାନନ୍ଦ ମହାପାତ୍ର, ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ ଚନ୍ଦ୍ର ପାଳ, ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଶ୍ରୀକାନ୍ତ ନାୟକଙ୍କ ସମେତ ବହୁ ଏଜେଣ୍ଟ ଓ ସହଯୋଗୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.