xmas

ବ୍ଲକସ୍ତରୀୟ ଶିଶୁ ଓ କଳା ଉତ୍ସବ

ଫୁଲବାଣୀ: ରବିବାର ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ଶିଶୁ ଓ କଳା ଉତ୍ସବ ସୁରଭୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକ୍କାୟୀତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାରେ ସହାୟକ ହେବ ବୋଲି କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଇଓ ରଂଜନ କହଁର ,ବିଇଓ ଟିକାବାଲି ଜଗନ୍ନାଥ ସାହାଣୀ, ଏବିଇଓ ଅମୂଲ୍ୟ ଜେନା ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହୀତ କରିଥିଲେ । ସୁରଭି ଓ କଳା ଉତ୍ସବରେ ୨୨ଟି ଇଭେଣ୍ଟକୁ ନେଇ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା ହୋଇଥିଲା । ବକ୍ତୃତା, କୁଇଜ, ଗୀତ. ଚିତ୍ରାଙ୍କନ, ସୃଜନଶୀଳ ଲିଖନ ଆଦି ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀମାନଙ୍କୁ ବିଡିଓ ପ୍ରବୀଣ କୁମାର ବାଣୁଆ ପୁରସ୍କାର ପ୍ରଦାନ କରିଥିଲୋ ସିଆରସିସିମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୁରଭିର ୧୨ ଗୋଟି ଓ କଳା ଉତ୍ସବରେ ୧୦ ଗୋଟି ଦଳ ଜିଲ୍ଲାସ୍ତରୀୟ ସୁରଭୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.