xmas

ଖଜୁରୀପଡା ତହସିଲଦାରଙ୍କ ବଦଳି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଙ୍କୁ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳରେ ଡେପୁଟି କଲେକ୍ଟର ଭାବେ ବଦଳି ହୋଇଛି l ତାଙ୍କ ସ୍ଥାନ ରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଡ଼ିଓ ବିଜୟ ପ୍ରଧାନ ଦାଇତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି l ତହସିଲଦାର ସ୍ୱପ୍ନିତା ୨ ବର୍ଷରୁ ଉର୍ଦ୍ଧ ଦାଇତ୍ୱ ରେ ରହି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା, ଓ ଉନ୍ନୟନ ମୂଳକ କାର୍ଯ୍ୟ କରି ବେଶ ପ୍ରଶଂସନୀୟ ହୋଇଥିଲେ l କରୋନା ସମୟରେ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଇ କରୋନା ମୁକାବିଲାରେ ସଫଳ ହୋଇଥିଲେ l ସେହିପରି ଗରିବ ଭୂମିହୀନ ଲୋକଙ୍କ ଗାଁକୁ ଯାଇ ଦୁଆର ମୁହଁରେ ପଟ୍ଟା ଯୋଗାଇ ଦେଇ ପ୍ରଶଂସା ସାଉଁଟିଥିଲେ l ସେହିପରି ସରକାରୀ ଜମି ଜବରଦଖଲ କାରିଙ୍କୁ ଉଛେଦ କରି ସେ ସବୁ ଜମି ସରକାରୀ ଖାତା କୁ ଫେରାଇ ଆଣିବାରେ ସଫଳ ହୋଇଥିଲେ ତହସିଲଦାର ସ୍ୱପ୍ନିତା l ପ୍ରତି ପଞ୍ଚାୟତରେ ରାଜସ୍ବ କ୍ୟାମ୍ପ କରି ଲୋକଙ୍କ ଜମିଜମା ମାମଲା ସମାଧାନ କରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିଥିଲେ l ସରକାରଙ୍କ ଯୋଜନାର ସଫଳ ରୂପାୟନ ସହ ସମସ୍ତ ବିଦ୍ୟାଳୟକୁ ନିଜସ୍ୱ ଜମି ପଟ୍ଟା ପ୍ରଦାନ କରିଥିଲେ ତହସିଲଦାର ସ୍ୱପ୍ନିତା ନାୟକ l ତାଙ୍କର କାର୍ଯ୍ୟଦକ୍ଷତା, ସଚୋଟଟା ପାଇଁ ନିକଟରେ ମିଡ଼ିଆ ଫୋରମ ପକ୍ଷରୁ ସମ୍ମାନିତ ମଧ୍ୟ ହୋଇଥିଲେ ସେ l କେବଳ ସେତିକି ନୁହେଁ, ସରକାରଙ୍କ ଧର୍ଯ୍ୟ ରାଜସ୍ବ ସଂଗ୍ରହ କରିଥିଲେ l ଜଣେ ମହିଳା ଅଧିକାରୀ ହୋଇ ମଧ୍ୟ ପଥର ଓ ବାଲି, ମୁରୁମ ମାଫିଆଙ୍କୁ ସାବାଡ଼ କରି ନିର୍ଭିକ ଓ ସଚୋଟ ଅଫିସର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସ୍ୱପ୍ନିତା l
ତେବେ ତାଙ୍କର ହଟାତ ଅନ୍ୟତ୍ର ବଦଳି କୁ ସହଜ ରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ l

Leave A Reply

Your email address will not be published.