xmas

ରଙ୍ଗପାରୁ ନାବାଳିକା ଛାତ୍ରୀ ପ୍ରସବ ଓ ମୃତ୍ୟୁ ଘଟଣା: ବିଜେପି ଯୁବ ମୋର୍ଚ୍ଚାର ଧାରଣା ଜାରି

ଫୁଲବାଣୀ, ୦୧/୧୧: ଏ ରାଜ୍ୟ ସରକାର ମହିଳା ବିରୋଧୀ ସରକାର ଆଉ ଶିଶୁ ବିରୋଧୀ ଓ ଆଦିବାସୀ ବିରୋଧୀ ସରକାର ଏହି ସରକାରଙ୍କ ସମୟରେ ନାରୀ ମାନଙ୍କ ଉପରେ ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା ଘଟଣା ମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ନାରୀ ମାନେ ଆଉ ସୁରକ୍ଷିତ ନୁହଁନ୍ତି ବୋଲି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାବାଳିକା ଆଦିବାସୀ ଛାତ୍ରୀ ସନ୍ତାନ ପ୍ରସଵ ଓ ମୃତ୍ୟୁ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାଲିଥିବା ଗଣଧାରଣାରେ ଯୋଗଦେଇ କହିଛନ୍ତି l ସେହିପରି କନ୍ଧମାଳ ଜିଲ୍ଲାପାଳ ମଧ୍ୟ ସବୁ ଜାଣି ନଜାଣିଲା ପରି ଅଭିନୟ କରୁଥିବା ନେଇ କଡା ସମାଲୋଚନା କରୁଥିଲେ ପୋୖରାଧ୍ୟକ୍ଷା ସ୍ମିତା l ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ବରିଷ୍ଠ ନେତା ରାମବିଶି ଡିଗାଲ, ଯୁବ ମୋର୍ଚ୍ଚା ସଭାପତି ଗୋଲୋକ କହଁର, ବିଜେପି ନେତା ଚନ୍ଦ୍ର ପଣ୍ଡା, ରମେଶ ମହାନ୍ତି, ଭଗବାନ ମହାନ୍ତି ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ l ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଚାରି ଦିନ ହେଲାଣି ଚାଲିଛି ଧାରଣା l

Leave A Reply

Your email address will not be published.