xmas

ଶିଶୁ ଅଧିକାର ଓ ସୁରକ୍ଷା ନେଇ ଆଲୋଚନା

ଫୁଲବାଣୀ, ୦୧/୧୧: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ, ୟୁନିସେଫ ଓ ଯୁଏନ ଏଫ ପି ଏ ସହାୟତାରେ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଅଦ୍ବିକା ଓ ଜୀବନ କୌଶଳ ସମ୍ବନ୍ଧୀୟ ଚାରି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ କିଶୋରୀ ବାଳକ ବାଳିକା ମାନଙ୍କୁ ବାଲ୍ୟ ବିବାହର ଅପକାରିତା, ଶିଶୁମାନଙ୍କ ଅଧିକାର, ଶିଶୁ ସୁରକ୍ଷା, ଶିଶୁ ଶ୍ରମୀକ ଚାଲାଣ, ପୃଷ୍ଟି ହୀନତା ସଂପର୍କରେ ଆଲୋଚନା କରାଯିବା ସହ ଅଦ୍ବିକା ଆପକୁ ଡାଉନଲୋଡ଼ କରି ସୁଚାରୁରୂପେ ବ୍ୟବହାର କରିବା ନେଇ ତାଲିମ ପ୍ରଦାନ କରାଯାଇଥିଲା l ତାଲିମ ଦେବା ଲାଗି ଭୁବେନେଶ୍ୱରରୁ ଦୁଇଜଣ ତାଲିମ ଦାତ୍ରୀ ଆସି ତାଲିମ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜଳି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସୁରକ୍ଷା ଅଧିକାରୀ ଏସ. ଗାୟତ୍ରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରଣଙ୍କ ସମେତ ସୁପରଭାଇଜର ମାନେ ଯୋଗ ଦେଇଥିଲେ l ଆକ୍ସନ ଏଡର ଜିଲ୍ଲା ସଂଯୋଜିକା ସନ୍ଧ୍ୟାରାଣୀ ମହାନ୍ତି ଯୋଗ ଦେଇ ସମସ୍ତ ପ୍ରକାର ସହାୟତା କରିଥିଲେ l

Leave A Reply

Your email address will not be published.