xmas

ସଡକ ଦୁର୍ଘଟଣାରେ ୱେବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ, ଅନ୍ୟ ଜଣେ ସାମ୍ବାଦିକ ଗୁରୁତର

ଫୁଲବାଣୀ, ୦୧/୧୧: ମଙ୍ଗଳବାର ସନ୍ଧ୍ୟାରେ ଏକ ସଡକ ଦୂର୍ଘଟଣାରେ ଫୁଲବାଣୀର ୱେବ ଚାନେଲ ଓ ପୃଷ୍ଠ ଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିବା ଖବର ମିଳିଛି l ସୂଚନାଯୋଗ୍ୟ ଯେ, ଏ ଦୁହେଁ କୌଣସି ସମ୍ବାଦ ସଂଗ୍ରାହ କରିବାକୁ ବାଇକରେ ଖଜୁରୀପଡା ଯାଉଥିବା ବେଳେ ଖଜୁରୀପଡା ଥାନା ଅନ୍ତର୍ଗତ ସମ୍ବେପଦର ନିକଟରେ ଏକ ଗାଡି ବାଇକକୁ ପଛରୁ ପିଟିବା ଫଳରେ ଦୂର୍ଘଟଣା ଘଟିଥିଲା l ଘଟଣାସ୍ଥଳରେ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଖବର ପାଇ ଖଜୁରୀପଡା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ବିକାଶ ଡିଗାଲଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l
ସାମ୍ବାଦିକ ବିକାଶ ମିଶ୍ରଙ୍କ ଅକାଳ ମୃତ୍ୟୁରେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ. ଅରୂପ ଜେନା, ସାଧାରଣ ସମ୍ପାଦକ ଅଶୋକ ପରିଡା, ସାମ୍ବାଦିକ ଅନନ୍ତ ଡିଗାଲ, ଉପସଭାପତି କେ ଡ଼ି ଯେ ଏ, ସନ୍ତୋଷ ଡିଗାଲ, ଜୟସେନ ପରିଡା, ପ୍ରଶାନ୍ତ ପଣ୍ଡା, ଶିବରାମ ନାୟକ, ସନ୍ତୋଷ ବେହେରା, ଶିବ ନାୟକ, ରଂଜିତ ଡିଗାଲ, ଅଚ୍ୟୁତ ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପରିବାରକୁ କ୍ଷତିପୂରଣ ରାଶି ଯୋଗାଇ ଦେବାକୁ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ ଓ ଜିଲ୍ଲା ସଙ୍ଘ ସଭାପତି ଡ଼ଃ. ଅରୂପ ଜେନା ଦାବି କରିଛନ୍ତି l

Leave A Reply

Your email address will not be published.