xmas

ପ୍ରେସ କ୍ଲବ ଓ ମିଳିତ ନାଗରିକ ମଞ୍ଚ ପକ୍ଷରୁ ‘ଦୁର୍ନୀତି ପ୍ରଗତିର ପ୍ରତିବନ୍ଧକ’ ଆଲୋଚନା ଚକ୍ର

ଫୁଲବାଣୀ, ୦୨/୧୧: ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଜିଲ୍ଲା ପ୍ରେସ କ୍ଲବ ଓ ମିଳିତ ନାଗରିକ କମିଟି ସହଯୋଗରେ ବୁଧବାର ପ୍ରେସ କ୍ଲବ ଠାରେ ଦୁର୍ନୀତି ପ୍ରଗତିର ପ୍ରତିବନ୍ଧକ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୂଷ୍ଠିତ ହୋଇଥିଲା l ଏଥିରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଭିଜିଲାନ୍ସ ଡ଼ିଏସପି ଅରୁଣ କୁମାର ନାୟକ ଯୋଗ ଦେଇଥିବା ବେଳେ ମିଳିତ ନାଗରିକ ମଞ୍ଚ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ ଜେନା ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ ପଣ୍ଡା, ବରିଷ୍ଠ ନାଗରିକ ତଥା ପୂର୍ବତନ ଏନଏ ସି ଅଧ୍ୟକ୍ଷ କମଳା କାନ୍ତ ପାଣ୍ଡେ, ପ୍ରେସ କ୍ଲବ ଉପସଭାପତି ସନ୍ତୋଷ ଡିଗାଲ ଯୋଗ ଦେଇ ସମସ୍ତେ ସଚେତନ ହେଲେ ସମାଜରୁ ଦୁର୍ନୀତି ରୋକାଯାଇ ପାରିବ ଆଉ ଜିଲ୍ଲା ଓ ରାଜ୍ୟ ତଥା ଦେଶରେ ପ୍ରଗତି ସଂଭବ ହେବ ବୋଲି କହିଥିଲେ l ସେହିପରି ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ତଥା ଶିକ୍ଷାବିତ ନବ କିଶୋର ରଥ, ଅଶୋକ ରାୟ, ଉପସଭାପତି ପ୍ରେସ କ୍ଲବ ସତ୍ୟ ନାରାୟଣ ବେହେରା, ବରିଷ୍ଠ କଳାକାର ଜଳନ୍ଧର ବେହେରା ପ୍ରମୁଖ ଯୋଗ ଦେଇ ଦିନକୁ ଦିନ ସରକାରୀ କାର୍ଯ୍ୟାଳୟରେ ଦୁର୍ନୀତି ବଢ଼ି ବାରେ ଲାଗିଛି, ଏଣୁ ଦୁର୍ନୀତି ରୋକିବା ନିହାତି ଜରୁରୀ ବୋଲି କହିଥିଲେ, ଫଳରେ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି କହିଥିଲେ l ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତିତଥା ମିଳିତ ନାଗରିକ କମିଟି ଆବାହକ ଅଶୋକ ପରିଡା ସ୍ଵାଗତ ଭାଷଣ ଓ ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଆଲୋଚନା ଚକ୍ରରେ ବରିଷ୍ଠ ନାଗରିକ, ପ୍ରେସ କ୍ଲବ ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.