xmas

କୋଟପାଡ଼ରେ ତାଳୁକା ଆଇନ ସଚେତନତା ଶିବିର ଅନୁଷ୍ଠିତ

କୋଟପାଡ: ଗତକାଲି କୋଟପାଡ ସବ୍ ଜେଲ ପରିସରରେ ତାଳୁକା ଆଇନ ସଚେତନତା ଶିବିରର ଅଧ୍ୟକ୍ଷ ମାନ୍ୟବର ଶ୍ରୀଯୁକ୍ତ ଦିଲୀପ କୁମାର ବାରିକ ପୌରହିତ୍ୟ କରିଥିଲେ l କାଲିର ସଚେତନତା ଶିବିରର ବିଷୟ ଥିଲା ହକ ହମରା ବି ହେ l ଅନ୍ୟ ମାନଙ୍କ ମଧ୍ୟରେ କୋଟପାଡ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ପୂର୍ବତନ ସଭପତି ପଙ୍କଜ କୁମାର ପାତ୍ର, ମହିଳା ଅଧିବକ୍ତା ବିଦ୍ୟୁତ୍ ବକ୍ସି ପ୍ରମୁଖ ଆଜିର ବିଷୟ ଉପରେ ପ୍ରାନଜଳ ଭାବରେ ବୁଝାଇଥିଲେ l ବିଚାରପତି କଏଦୀ ମାନଙ୍କର ଅସୁବିଧା ଉପରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ଶଙ୍କର ପଣ୍ଡା, ଗୁପ୍ତ ବେହେରା, ଲିଙ୍ଗରାଜ ନାୟକ , ଦୁର୍ଗା ସାହୁ, ଲିଗାଲ ଏଡ୍ ସଭ୍ୟ ବୁଲୁ ହୋତା, ଅନିଲ ପଟ୍ଟନାୟକ, ଷ୍ଟେନୋ ସରୋଜ କୁମାର ନାୟକ ଓ ଅନ୍ୟାନ୍ୟ ସଭ୍ୟ ଉପସ୍ଥିତ ଥିଲେ l

Leave A Reply

Your email address will not be published.