xmas

ଯୁବ ସାମ୍ବାଦିକଙ୍କ ଅନ୍ତେଷ୍ଟ କ୍ରିୟା ସମ୍ପନ୍ନ, ବିଧାୟକଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଫୁଲବାଣୀ, ୦୨/୧୧: ଫୁଲବାଣୀ ର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ଶେଷ ଦର୍ଶନ କରିବା ପାଇଁ ଫୁଲବାଣୀ ସାହି ସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ବିଜେଡ଼ି ପର୍ଯ୍ୟବେକ୍ଷକ ବିଜୟ ନାୟକ, ଜିଲ୍ଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ନନ୍ଦିନୀ ମଲିକ, ଲୁଇସିଂ ସରପଞ୍ଚ ସୁଦର୍ଶନ କହଁର, ଯୁବ ବିଜେଡି ସଭାପତି ବିଷ୍ଣୁ ମଲିକ, ଛାତ୍ର ବିଜେଡି ସୁନୀଲ ସେଠି, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ପୁନମ କହଁର, କଂଗ୍ରେସ ନେତା ରଜତ ମହାନ୍ତି, ଜିଲ୍ଲା ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ପ୍ରେସ କ୍ଲବ କାର୍ଯ୍ୟକାରୀ ସଭାପତି ଅଶୋକ ପରିଡା, ଉପସଭାପତି ସୁନୀଲ ବିଶ୍ୱାଳ, ଜିଲ୍ଲା ସାମ୍ବାଦିକ ସଙ୍ଘ ଉପସଭାପତି ସନ୍ତୋଷ ଡିଗାଲ, ସହ ସମ୍ପାଦକ, ପ୍ରେସ କ୍ଲବ, ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠୀ, ଶିବ ରାମନାୟକ, ଅଜିତ ମହାରଣା, ସନ୍ତୋଷ ବେହେରା, ସୁଧୀର ମହାରଣା, କାହ୍ନା ପଟନାୟକ, କାହ୍ନା ଡିଗାଲ, ସିପୁନ, ବିଶ୍ୱ ରଞ୍ଜନ ସାମନ୍ତରାୟ, କ୍ଷିତୀଶ ମଲିକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ମରଶରୀରରେ ପୁଷ୍ପ ମାଲ୍ୟlର୍ପର୍ଣ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଥିଲେ ଓ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l ସୂଚନା ଯୋଗ୍ୟ ଯେ, ସାମ୍ବାଦିକ ବିକାଶ ମିଶ୍ର ଓ ବିକାଶ ଡିଗାଲ ଖବର ସଂଗ୍ରହ କରିବା ଲାଗି ଖଜୁରୀପଡା ଯାଇ ସନ୍ଧ୍ୟାରେ ଫେରୁଥିବା ବେଳେ ଏକ ଅଜଣା ଗାଡି ଧକ୍କାରେ ବିକାଶଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ବିକାଶ ଡିଗାଲ ଗୁରୁତର ଆହତ ହୋଇଥିଲେ l ଆହତ ସାମ୍ବାଦିକ ଡିଗାଲଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଜଣାପଡିଛି l

Leave A Reply

Your email address will not be published.