xmas

ପଦ୍ମପୁର ଆଜିଠୁ ଦୁଇଦିନ ପାଇଁ ବନ୍ଧ: ପଦ୍ମପୁରକୁ ଜିଲ୍ଲା ଦାବିରେ

ବରଗଡ଼: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଦାବି କରିଛନ୍ତି ପଦ୍ମପୁର ଉପଖଣ୍ଡ ଛଅଟି ବ୍ଲକର ଲୋକେ । ତେଣୁ ପଦ୍ମପୁରକୁ ଆଜିଠୁ ଦୁଇଦିନ ପାଇ ବନ୍ଧ କରିଛନ୍ତି (ଦୁଇ ଓ ତିନି ତାରିଖ ) ଏହାକୁ ପଦ୍ମପୁର ର ସମସ୍ତ ସଂଗଠନ ସମର୍ଥନ କରିଛନ୍ତି । ଦୋକାନ ବଜାର ଗାଡିମୋଟର ଓ ସମସ୍ତ କାର୍ଯ୍ୟାଲୟ ସ୍କୁଲ ଓ କଲେଜ ବନ୍ଧ ରହିବ । ପଦ୍ମପୁର ଜିଲ୍ଲା ହେଉ ବୋଲି ପାଇକମାଲ ବ୍ଲକ, ଝରବନ୍ଧ ବ୍ଲକ, ଗାଇସିଲେଟ ବ୍ଲକ, ସୋଲହେଲ ବ୍ଲକ ଓ ବିଜେପୁର ବ୍ଲକର ସଂଗଠନ ମାନେ ମଧ୍ୟ ସମର୍ଥନ କରୁଛନ୍ତି । ଏହି ଛଅଟି ବ୍ଲକ ସବୁ ସମୟରେ ମରୁଡି ଶିକାର ହେଉଛି ଏବଂ ଦାଦନ ସମସ୍ୟା ଲାଗି ରହିଛି । ହେଲେ ବରଗଡ଼ ଜିଲ୍ଲା ସହିତ ଥିବାରୁ ଏହାକୁ ମଧ୍ୟ ଏକ ଉନ୍ନତ ଅଞ୍ଚଲ ବୋଲି ଗଣାଯାଉଛି ଏବଂ ଅବହେଳା କରାଯାଉଛି କିନ୍ତୁ ଏହିଅଞ୍ଚଳର ପାଣିପାଗ KBK ଅଞ୍ଚଳର ସହିତ ସମାନ ତେଣୁ ପଦ୍ମପୁର ଉପଖଣ୍ଡକୁ ଏକ ଜିଲ୍ଲା ହେଉ ବୋଲି ଦାବି ବହୁଦିନରୁ କରାଯାଉଛି ହେଲେ କେହି ଧ୍ୟାନ ଦେଉନାହାନ୍ତି । ଏହା ସହ ପଦ୍ମପୁର ଉପଖଣ୍ଡ ଶେଷ ଗାଁଠାରୁ ବରଗଡ଼କୁ ଉଲ ପ୍ରାୟ ୧୬୦ କିମି ପଡୁଛି ତେଣୁ ମଧ୍ୟ ଅଲଗା ଜିଲ୍ଲା ପାଇଁ ବାରମ୍ବାର ଦାବି କରାଯାଉଛି ଯାହା ଯଥାର୍ଥ ମଧ୍ୟ ରହିଛି । ତେଣୁ ଆଜି ଓ କାଲି ପଦ୍ମପୁର ବନ୍ଧ କରାଯାଇଛି ।

Leave A Reply

Your email address will not be published.