ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତ ଜୁମଡ଼ାଙ୍ଗ ଗାଁ ଠାରେ ଜନ ସମ୍ଫର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅଞ୍ଚଳକୁ ଆନ୍ଦ୍ର ଧିରେ ଧିରେ କରି ନିଜ ଅଧିନକୁ ନେବା ପାଇଁ ଚେଷ୍ଟା କରିଥିଲା, କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉନ୍ନତି ମୂଳକ କାର୍ଯ୍ୟ ଦେଖି ଲୋକ ମାନେ ଆନ୍ଦ୍ର ସରକାର ସହ ନମିଶି ତାଙ୍କୁ ପତିହାର କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଭାନ ଗାଁକୁ କାମ ମାଆ କୁ ସମ୍ମାନ ଦେଖି ଓ ସ୍ୱାଭିମାନ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ ଦେଖି ପଢ଼ସି ରାଜ୍ୟର ଲୋକ ମାନେ ଓଡ଼ିଶାରେ ମିଶିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।
ଆଜି ବିଜୁ ଜନତା ଦଳ ପକ୍ଷରୁ ପଦ ଯାତ୍ରାରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ସମାରି ଟାଙ୍ଗୁଲ, ଚିତ୍ରକୋଣ୍ଡା ବ୍ଳକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ବିଧାୟକ ପ୍ରତିନିଧି ଅମିତ ଅଗ୍ରୱାଲ ,କୋରକୋଣ୍ଡା ସଂସଦ ପ୍ରତିନିଧି ମଦନ ଖସଲା, ବାଲିମେଳା ନଗର ସଭାପତି ମଙ୍ଗଳା ପାଙ୍ଗି, ବିଜେଡି ଯୁବ ନେତା ତପନ ସାନା, ବିଜେଡ଼ି ନେତା ପିତାମ୍ବର ଖେମୁଣ୍ଡୁ, ଜିଲ୍ଲା ଯୁବ ସମ୍ଫାଦକ ଦେବାଶିଷ ପାତ୍ର, ସମନାଥ ବାର୍ଷେ, ଦେବେନ୍ଦ୍ର ଦାସ, ଅର୍ଜୁନ ଦେଲେଇ,ରଘୁ ଖରା, ଯୁବ ନେତା ପ୍ରସାଦ, ବିଜୁ ପ୍ରେମୀ ବିଜୁ କର୍ମୀ ଯୋଗଦାନ ଦେଇଥିଲେ ।

