xmas

୧୨ ଦଫା ଦାବି ପୂରଣ ନେଇ ଜିଲ୍ଲା ଆଶା କର୍ମୀ ସଙ୍ଘ ପକ୍ଷରୁ ରାଲି ଓ ବିକ୍ଷୋଭ

ଫୁଲବାଣୀ, ୦୩/୧୧: ୧୨ ଦଫା ଦାବୀ ପୂରଣ ନେଇ କନ୍ଧମାଳ ଜିଲ୍ଲା ଆଶା କର୍ମୀ ସଂଗଠନ ପକ୍ଷରୁ ସଦର ମହକୁମା ଫୁଲବାଣୀ ଠାରେ ରାଲି ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା l ଏହି ରାଲି ମାଦିକୁନ୍ଦା ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା l ସେମାନଙ୍କ ଦାବି ମଧ୍ୟରେ ରହିଛି ମାସିକ ଦରମା ୧୮ ହଜାରକୁ ବୃଦ୍ଧି, ପ୍ରତି ପିଏଚସିରେ ଆଶା ଗୃହ ନିର୍ମାଣ, ପେନସେନ ବ୍ୟବସ୍ଥା, ବୀମା ସୁବିଧା ଆଦି ଦାବି ଅନ୍ତର୍ଭୁକ୍ତ l ସଙ୍ଘ ସଭାନେତ୍ରୀ ଅମ୍ବିକା କହଁର ଓ ସମ୍ପାଦିକାଙ୍କ ନେତୃତ୍ୱରେ ରାଲି ଅନୁଷ୍ଟିତ ହୋଇଥିଲା l ଏହି ଅବସରରେ ଏକ ସ୍ମାରକ ପତ୍ର ପ୍ରଶାସନକୁ ପ୍ରଦାନ କରାଯାଇଥିଲା l ଜିଲ୍ଲାର ପ୍ରତି ବ୍ଲକରୁ ଆଶାକର୍ମୀ ଯୋଗ ଦେଇଥିଲେ l ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା l

Leave A Reply

Your email address will not be published.