xmas

ସହାୟତା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କୁ ମାଗଣାରେ ଜୀବନ ପ୍ରମାଣ ପତ୍ର

ଫୁଲବାଣୀ, ୦୩/୧୧: ବାଲିଗୁଡା ଉପ କୋଷାଗାର କାର୍ଯ୍ୟଳୟ ଠାରେ ବିନା ଶୁଳ୍କରେ ପେନସନ ଉପଭୋକ୍ତାଙ୍କ ବାର୍ଷିକ ଜୀବନ ପ୍ରମାଣ ପତ୍ର ଦାଖଲ ପାଇଁ ମୋ ସେବା କେନ୍ଦ୍ରରେ ସହାୟତା କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ ହୋଇଛିI ଉପ କୋଷାଗାର ଅଧିକାରୀ ସୁଧାକର କହଁର ମୋ ସେବା କେନ୍ଦ୍ରର ଜିଲ୍ଲା ପରିଚାଳକ ଜିତେନ୍ଦ୍ର କୁମାର ସାହୁ ଅଫିସରେ କାର୍ଯ୍ୟରତ ସମସ୍ତ ଷ୍ଟାପ ଉପସ୍ଥିତ ଥିଲେ I ବାଲିଗୁଡା ଅଞ୍ଚଳର ବହୁ ପେନସନ ଉପଭୋକ୍ତା ନିଜର ଆଧାର କାର୍ଡ, ପେନସନ ବହି, ବ୍ୟାଙ୍କ ପାସବୁକ ଏବଂ ମୋବଇଲ ନମ୍ବର ସଂଯୋଗ କରି ବିନା ଶୁକ୍ଳରେ ସେମାନଙ୍କ ଜୀବନ ପ୍ରମାଣ ପତ୍ର ହାତ ପାଆନ୍ତରେ ପାଇଥିଲେ I ମୋ ସେବା କେନ୍ଦ୍ର ମାଧ୍ୟମରେ ପେନସନ ଉପଭୋକ୍ତାଙ୍କ ଘରକୁ ଯାଇ ସେବା ଦେବାର ବ୍ୟବସ୍ଥା ମଧ୍ୟ୍ୟ ଅଛି I ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ପେନସନ ଉପଭୋକ୍ତା ଧନ୍ୟବାଦ ଜଣେଇଛନ୍ତି I

Leave A Reply

Your email address will not be published.