xmas

ସ୍ୱାମୀ ବିବେକାନନ୍ଦ ଲୋକସଂସଦ, ମାଲକାନଗିରି ଜିଲ୍ଲା ଶାଖାର ପଞ୍ଚଦଶତମ ଇ -ପାଠଚକ୍ର ଅନୁଷ୍ଠିତ

ମାଲକାନଗିରି,୫/୧୧/୨୨: ମାଲକାନଗିରି ଜିଲ୍ଲା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ବିଚାରଧାରା ଆନୁକୂଲ୍ୟରେ ପଞ୍ଚଦଶତମ ଇ-ପାଠଚକ୍ର “ଦୁର୍ନୀତି ଆଜିର ଏକ ମୁଖ୍ୟ ସମସ୍ୟା” ପ୍ରସଙ୍ଗ ଉପରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଡ଼ଃ ବିଜୟ କୁମାର ମିଶ୍ର, ପ୍ରାକ୍ତନ ରାଜନୀତି ବିଜ୍ଞାନ ଅଧ୍ୟାପକ, ନବରଙ୍ଗପୁର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦୁର୍ନୀତିର ସଂଜ୍ଞା ମନୁ ସଂହିତା ଓ ଅର୍ଥଶାସ୍ତ୍ରର ରଚୟିତା କୌଟିଲ୍ୟଙ୍କ ମତକୁ ଉଦ୍ଧାର କରି ଏହାର ଅତୀତ ,ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ।ଭାରତ ବର୍ଷରୁ ଦୁର୍ନୀତିର ମୂଳତ୍ପାତନ ନିମନ୍ତେ କେଉଁ କେଉଁ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ତାହା ଉପରେ ଆଲୋଚନା କରିଥିଲେ। ବିବେକାନନ୍ଦ ଲୋକ ସଂସଦ ,ମାଲକାନଗିରି ଜିଲ୍ଲା ଶାଖାର ଆଜୀବନ ସଦସ୍ୟ ତଥା ସଭାପତି ଡ଼ଃ ରଞ୍ଜନ କୁମାର ସ୍ୱାଇଁ ଏହି ଆଭାସୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ମାଲକାନଗିରି ମଡେଲ ଡିଗ୍ରୀ କଲେଜର ଓଡ଼ିଆ ଅଧ୍ୟାପିକା ତଥା ସଂସଦର ଆଜୀବନ ସଦସ୍ୟା ଡ଼ଃ ହେନେରିତା ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଚାଳନଗୁଡା କସ୍ତୁରଵା ଗାନ୍ଧୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଭାରାଣୀ ବିଶ୍ୱାଳ ପ୍ରାରମ୍ଭିକ ମନ୍ତ୍ର ପାଠ କରିଥିବା ବେଳେ ଆଜୀବନ ସଦସ୍ୟା ଶ୍ରୀମତୀ ପ୍ରତିମା ନାୟକ ବିବେକବାଣୀ ପାଠ କରିଥିଲେ। ପରିଶେଷରେ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ତଥା ଆଜୀବନ ସଦସ୍ୟା ଶ୍ରୀମତୀ ଅଙ୍ଗୁରବାଳା ସ୍ବାଇଁ ଶାନ୍ତିପାଠ ଓ ସଂସଦର ସମ୍ପାଦକ ପ୍ରମୋଦ କୁମାର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଆଭାସୀ କାର୍ଯ୍ୟକ୍ରମରେ ଜିଲ୍ଲା ଓ ସମଗ୍ର ରାଜ୍ୟର ବହୁ ସଂଖ୍ୟାରେ ଶ୍ରୋତା ମଣ୍ଡଳୀ ଯୋଗଦାନ କରିଥିଲେ। ସଂସଦର ରାଜ୍ୟ ଉପସଭାପତି ପ୍ରଫେସର ପ୍ରଳୟ କୁମାର ନନ୍ଦ ଓ ରାଜ୍ୟ ଯୁଗ୍ମ ସମ୍ପାଦକ ସୀମାଞ୍ଚଳ ମିଶ୍ର ପ୍ରମୁଖ ଯୋଗ ଦେଇ ଆଗାମୀ ୧୩.୧୧.୨୨ରିଖରେ ଏହି ସଂଗଠନ ଦ୍ୱାରା ଶିଶୁ ଦିବସ ଉପଲକ୍ଷେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ସମ୍ପର୍କିତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ।

Leave A Reply

Your email address will not be published.