ମାଓ ଇଲାକାରେ ସିଆରପିଏଫ ଜନ ସମ୍ପର୍କ ଶିବିର

ଫୁଲବାଣୀ, ୦୫/୧୧: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ମାଓ ଇଲାକା ଭାବେ ପରିଚିତ ଶ୍ରୀରାମପୁର ଠାରେ ଶନିବାର ସିଆରପିଏଫ ଅଷ୍ଟମ ବାଟାଲିଅନ ପକ୍ଷରୁ ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିଲା l ସୁରକ୍ଷା କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ସୁ ସମ୍ପର୍କ ପ୍ରତିଷ୍ଠା ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି ସିଆରପିଏଫ ଅଧିକାରୀ ଦେବ ପିୟୁଷ ଭରଦ୍ୱାଜ ଅଧିକାରୀ କହିଥିଲେ l ପୋଲିସକୁ ବନ୍ଧୁ ବୋଲି ଭାବି ସହଯୋଗର ହାତ ବଢ଼ାଇଲେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦୃଢ଼ୀଭୁତ ହେବ ବୋଲି ଭରଦ୍ୱାଜ କହିଥିଲେ l ଏହି ଅବସରରେ ଶ୍ରୀରାମପୁର ଓ ଯୁବଗୁଡା ଅଞ୍ଚଳର ଗରିବ ଲୋକଙ୍କୁ ବିଭିନ୍ନ କୃଷି ସାମଗ୍ରୀ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଯୁବାଗୁଡ଼ା ସରପଞ୍ଚ ପୀଟର ପାଟ ମାଝୀ, ସିଷ୍ଟର ସିଵା ମାରିଆ, ଜେସି ପଲିକା, ସଂଜୀବ ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସିଆରପିଏଫ ଯବାନ ମାନେ ଦିନ ରାତି ସୁରକ୍ଷା ଯୋଗାଇଦେବା ଫଳରେ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିବା କହିଥିଲେ l ଏହି କାର୍ଯ୍ୟକ୍ରମରେ ସମସ୍ତ ଯବାନ ସହଯୋଗ କରିଥିଲେ l

Leave A Reply

Your email address will not be published.