ଦୁର୍ନୀତି ନିବାରଣ ସଚେତନତା ଅଭିଯାନ

ମାଲକାନଗିରି, ୫।୧୧: ମାଲକାନଗିରି ଜିଲ୍ଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଆଜି ଦୁର୍ନୀତି ନିବାରଣ ସଚେତନତା ଅଭିଯାନ ସହ ଏକ ସଚେତନତା ରାଲିକୁ ଜିଲ୍ଲାପାଳ ବିଶାଳ ସିଂ ଉଦଘାଟନ କରିଥିଲେ । ଏହି ସଚେତନତା ରାଲିରେ ବିଭିନ୍ନ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଯୋଗ ଦେଇଥିବା ବେଳେ ଉପସ୍ଥିତି ଅତିଥିଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଦୁର୍ନୀତି ନିବାରଣ ଡିଏସପି ସୁଶାନ୍ତ କୁମାର ବିଶ୍ୱାଳ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ୱାହୀ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ, ମିଶନ ଶକ୍ତି ଅତିରିକ୍ତ ପ୍ରକଳ୍ପ ନିର୍ଦେଶକ ପବିତ୍ର ମୋହନ ବାରା, ପ୍ରଭୃତି ଉପସ୍ଥିତ ଥିଲେ। ମହିଳା ମାନେ ସହର ପରିକ୍ରମା କରି ଦୁର୍ନୀତି ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

Leave A Reply

Your email address will not be published.