xmas

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ବରଗଡ: ଦୁର୍ନୀତି ମୁକ୍ତ ଓ ସମୃଦ୍ଧ ଭାରତର ଲକ୍ଷ୍ୟ ନେଇ ସାରା ଦେଶରେ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ l ଏହି କ୍ରମରେ ବରଗଡ ଜିଲ୍ଲାରେ ଜିଲ୍ଲା ସଦର ମହକୁମା ଠାରୁ ଆରମ୍ଭ କରି ପଂଚାୟତ, ବ୍ଲକ, ଉପଖଣ୍ଡ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଶୋଭାଯାତ୍ରା, ସାଇକେଲ ରାଲି,ସ୍କୁଲ କଲେଜ ର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, କୁଇଜ ପ୍ରତିଯୋଗିତା, ପଥପ୍ରାନ୍ତ ନାଟକ, ଗ୍ରାମ ସଭା ଆଦି ଅନୁଷ୍ଠିତ ହୋଇ ଯାଇଛି l ଆଜି ସମସ୍ତ ବିଭାଗର ବିଭିନ୍ନ ପ୍ରତିନିଧି ଓ ଅଧିକାରୀ ଓ ଛାତ୍ର ଛାତ୍ରୀଙ୍କୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ସଭାରେ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ SP ବରଗଡ ପରମାର ସ୍ମିତ ପୁରୁଷୋତ୍ତମ ଦାସ, ଏବଂ ସାରା ଶର୍ମା SP ଭିଜିଲାନ୍ସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ଜିଲ୍ଲାପାଳ ଯୁବ ଛାତ୍ର ଛାତ୍ରୀଙ୍କୁ ପିଲାଦିନରୁ ଛୋଟ ଛୋଟ ଘଟଣାରୁ ସାଧୁତା ଅଭ୍ୟାସ କରିବା ପାଇଁ ଆହ୍ୱାନ ଦେଇ କହିଥିଲେ ତୁମ ମାନଙ୍କର ଉପରେ ଦେଶର ପ୍ରଗତି ନିର୍ଭର କରୁଛି ତୁମେ ମାନେ ଏବେ ଠାରୁ ସଠିକ ମାର୍ଗ ଯାଇ ଜୀବନରେ ବଡ଼ ହୁଅ l ମୁଖ୍ୟବକ୍ତା ଭାବରେ ପଂଚାୟତ କଲେଜର ଅଧ୍ୟାପକ ଡ. ଶେଷାନ ବିଶି ଯୋଗ ଦେଇ ସାମୁହିକ ପ୍ରୟାସ ଦୁର୍ନୀତିକୁ କମ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରି ଥିଲେ l ଏହି ବୈଠକରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ସିଡିଓ ଜିଲ୍ଲା ପରିଷଦଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ DSP ଭିଜିଲାନ୍ସ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.