ଧାମନଗର ପରାଜୟ ପରେ ପ୍ରତିକ୍ରିୟା ରଖିଲେ ବିଜେଡି ସୁପ୍ରିମୋ: ୨୦୨୪ ନିର୍ବାଚନ ଆମେ ଜିତିବୁ

ଭୁବନେଶ୍ୱର: ଧାମନଗର ବିଧାନସଭା ଉପନିର୍ବାଚନରେ ବାଜିମାତ୍‌ କରିଛି ବିଜେପି । ଦୀର୍ଘ ଦୁଇ ବର୍ଷପରେ ପ୍ରଥମଥର ପାଇଁ ଉପନିର୍ବାଚନର ପରାଜୟ ସ୍ୱାଦ ଚାଖିଛି ବିଜେଡି । ଏହାକୁ ନେଇ ବିଜେଡି ସୁପ୍ରିମୋ ନବୀନ୍‌ ପଟ୍ଟନାୟକ ପ୍ରତିକ୍ରିୟା ରଖିଛନ୍ତି । ବିଜୁ ଜନତାଦଳ ସବୁବେଳେ ଜନମତକୁ ସମ୍ମାନ ଦେଇ ଆସିଛି । ଉପ ନିର୍ବାଚନ ହୋଇଥିବା ବିଧାନସଭା ଅଞ୍ଚଳରେ ପୂର୍ବତନ ବିଧାୟକ ଜଣେ ଜନପ୍ରିୟ ନେତା ଥିଲେ । ବିଜେପି ତାଙ୍କ ପୁଅକୁ ଟିକଟ ଦେବା ଆଶା କରାଯାଉଥିଲା । ଆଉ ସେ ନିର୍ବାଟନ ଲଢ଼ି ଜିତିଲେ । ଏଥିରେ ବିଜୁ ଜନତା ଦଳ ବିଚଳିତ ନୁହେଁ । ୨୦୨୪ ନିର୍ବାଚନରେ ଆମେ ଜିତିବୁ । କାହିକିଁନା ଆମେ ଲୋକଙ୍କ ସହ ରହିଛୁ । ସେମାନଙ୍କ ସୁବିଧା ଅସୁବିଧାରେ ରହିଛୁ ବୋଲି ନବୀନ୍‌ ପ୍ରତିକ୍ରିୟା ରଖିଛନ୍ତି ।

Leave A Reply

Your email address will not be published.