xmas

ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ମାଲକାନଗିରି ଗସ୍ତ, ଉପକାରାଗାର ପରିଦର୍ଶନ

ମାଲକାନଗିରି,୬।୧୧: କଟକ ଉଚ୍ଚ ନ୍ୟାୟାଳୟ ବିଚାରପତି ଏମ୍ ଏସ୍ ରମଣ ମାଲକାନଗିରି ଗସ୍ତ କରି ପ୍ରଥମେ ସେ ମାଲକାନଗିରି ଜିଲା ଦୌରା ଜଜ୍ କାର୍ଯ୍ୟଳୟକୁ ଯାଇ ପରିସରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିଭିନ୍ନ ଆଇନ ସମ୍ପର୍କରେ ଜଜ ଓ ଓକିଲମାନଙ୍କ ସହ ଆଲୋଚନା କରିଥିଲେ । ପରେ ପରେ ମାଲକାନଗିରି ଉପକାରାଗାର ପରିଦର୍ଶନ କରିବା ସହ ସେଠାରେ ଥିବା ଅନ୍ତେବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ଜେଲ୍ କଭୃପକ୍ଷ ବିଚାରାଧୀନ କଏଦୀମାନଙ୍କ ପାଇଁ କିପରି ସୁବିଧା ସୁଯୋଗ ଯୋଗାଉଛନ୍ତି ସେ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ପରେ ପରେ ଜିଲ୍ଲା ଜଜ୍ ଅଦାଲତରେ ଜିଲାର ସମସ୍ତ ବିଚାରପତିଙ୍କ ସହ ବୈଠକ କରି ବିଭିନ୍ନ କେଶ୍ ବିଷୟରେ ସମୀକ୍ଷା କରିଥିଲେ । ଏହାପରେ ମାଲକାନଗିରି ବାର ଆସୋସିଏସନ ପରିସରରେ ଏକ ବୈଠକ ଆୟୋଜିତ ହୋଇଥିଲା । । ବୈଠକରେ ସାଧାରଣ ଜନତାଙ୍କୁ କିପରି ନ୍ୟାୟ ଦିଆଯିବ ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ସୁରୁଖୁରୁରେ ମକଦ୍ଦମାରେ ନ୍ୟାୟ ପାଇପାରିବେ ସେଥ୍‌ପ୍ରତି ବିଶେଷ ଦୃଷ୍ଟି ଦେଇ ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ବାର୍ ଆସୋସିଏସନ୍‌ର ସମସ୍ତ ଆଇନଜୀବିଙ୍କ ଗୁରୁତ୍ଵପୂର୍ଣ୍ଣ ଭୂମିକା ଅଛି ବୋଲି ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.