xmas

ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ଦାବି ପଦ୍ମପୁର ଓକିଲ ସଙ୍ଘ ଦ୍ୱାରା ଜୋର ଧରିଲା

ପଦ୍ମପୁର: ଆଜି ପଦ୍ମପୁର ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକରେ ପଦ୍ମପୁର ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା ଦାବି ବିଷୟରେ ଆଲୋଚନା ହୋଇଥିଲା । ଗତ ତା ୦୪.୧୧.୨୦୨୨ରେ ପଦ୍ମପୁର ଓକିଲ ସଂଘ ଦ୍ୱାରା ଆୟୋଜିତ ସଭାରେ ବିଜେପୁର, ଗାଇସିଲେଟ, ରାଜାବୋଦାସମ୍ବର, ପାଇକମାଳ ଓ ଝାରବନ୍ଧ ବ୍ଲକ୍ରୁ ଆସିଥିବା ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ତଥା ପଦ୍ମପୁର ଏନ.ଏ.ସି. ର ଅଧ୍ୟକ୍ଷ ତଥା କାଉନସିଲର ମାନେ ଏବଂ ବିଭିନ୍ନ ସଙ୍ଗଠନରୁ ପ୍ରତିନିଧିତ୍ବ କରିଥିବା ପ୍ରତିନିଧିମାନେ ପଦ୍ମପୁର ଓକିଲ ସଙ୍ଘ ଆନ୍ଦୋଳନର ନେତୃତ୍ୱ ନେବାକୁ ଓ ଆନ୍ଦୋଳନକୁ ତିବ୍ରତାର କରି ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଚାଲୁ ରଖିବାକୁ ନିଜ ନିଜର ପ୍ରସ୍ତାବ ମନ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ଏକ କାର୍ଯ୍ୟକାରୀ ପରିଷଦ ଗଠନ କରିବାକୁ ମଧ୍ୟ ମତ ପ୍ରକାଶ ହୋଇଥିଲା । ତେଣୁକରି ଆଜିକାର ପଦ୍ମପୁର ଓକିଲ ସଙ୍ଘର ସାଧାରଣ ପରିଷଦ ବୈଠକରେ ଜିଲ୍ଲା ଦାବି ଆନ୍ଦୋଳନକୁ ପଦ୍ମପୁର ଓକିଲ ସଙ୍ଘ ନେତୃତ୍ୱ ନେବାକୁ ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ଘୋଷଣା କରାଯିବ ପାଇଁ କଲା ସଂଘର କର୍ମକର୍ତା ଓ ସମସ୍ତ ୬ଟି ବ୍ଲକ ଏବଂ ଏନ.ଏ.ସି ମାନଙ୍କର ପ୍ରତିନିଧି ମାନଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରିବାକୁ ପ୍ରସ୍ତାବ ଗ୍ରହଣ କରାଜିଥିଲା । ଏହି ଆନ୍ଦୋଳନକୁ ତିବ୍ରତାର କରିବା ପାଇଁ ସଂଘର ସଭାପତି ଶ୍ରୀ ଉମେଶ ଚନ୍ଦ୍ର ସାହୁ, ସମ୍ପାଦକ ସାନ୍ତନୁ କୁମାର ତ୍ରିପାଠୀ, ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ଗୌନ୍ତିଆ କୁମାର ସାହୁ, ରଜନୀକାନ୍ତ ଦାଶ, କିଶୋର କୁମାର ମେହେର, ବିଭୁତି ଭୂଷଣ ଦାଶ, ରାମରତନ ପୁରୋହିତ ଏବଂ ଚିନ୍ମୟ କୁମାର ପଣ୍ଡା ନିର୍ବାଚିତ ପ୍ରତିନିଧି ମାନଙ୍କୁ ଯୋଗାଯୋଗ କରି ଆନ୍ଦୋଳନର ଭବିଷ୍ୟତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.