xmas

ଦାରିଙ୍ଗବାଡି ଚାରି ଛକରେ ଗୁଳି ଫୁଟି ଜଣେ ଗୁରୁତର, ପୋଲିସର ତଦନ୍ତ ଜାରି

ଫୁଲବାଣୀ, ୦୭/୧୧: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିର ଚାରି ଛକ ଠାରେ ଗୁଳିକାଣ୍ଡ ହୋଇଛି l ଗୁଳି ବାଜିବା ଫଳରେ ଜଣେ ବ୍ୟକ୍ତି ଗୁରୁତର ହୋଇପଡିଥିଲେ l ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା l ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଗୁରୁତର ଜଣକ କୋଟଗଡ଼ ଅଞ୍ଚଳର ଏଲିଓ ସୁନା ମାଝି ବୋଲି ଜଣାପଡିଛି l ତେବେ ଏକ ଦେଶୀ ବନ୍ଧୁକ ଗୁଳି ମାଡ଼ରେ ସୁନା ମାଝି ଆହତ ହୋଇଥିବା କୁହାଯାଉଛି l ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକ ଜବତ କରି ଘଟଣାର ତଦନ୍ତ କରୁଛି l ତେବେ ଗୁଳି କିଏ ମାରିଲା, କାହିଁକି ମାରିଲା, ଓ ବନ୍ଧୁକ କାହାର ଏ ସମ୍ପର୍କରେ ଯାଞ୍ଚ କରୁଛି l ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି l ସଂପୃକ୍ତ ଛକ ଅଞ୍ଚଳରେ ଲାଗିଥିବା ସିସିଟିଭି ମଧ୍ୟ ଯାଞ୍ଚ କରୁଛି ପୋଲିସ l ଗୁଳିକାଣ୍ଡ ପରେ ଦାରିଙ୍ଗବାଡି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି l

Leave A Reply

Your email address will not be published.