xmas

ବନ୍ଧୁକ ମୁନରେ ଚାରି ଲକ୍ଷ ଲୂଟ, ପୋଲିସର ତଦନ୍ତ ଜାରି

ଫୁଲବାଣୀ, ୦୭/୧୧: ବନ୍ଧୁକ ମୁନରେ ଟଙ୍କା ଲୂଟ l ଚାରି ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟାଗରେ ନେଇ ବ୍ୟାଙ୍କରେ ଡିପୋଜିଟ କରିବାକୁ ବାଇକରେ ଗଲା ବେଳେ ବାଟରେ ଦୁର୍ବୁତ୍ତମାନେ ଅନ୍ୟ ଏକ ବାଇକରେ ଆସି ପଛପଟୁ ବାଇକକୁ ଧକା ଦେବାରୁ ପେଟ୍ରୋଲ ପମ୍ପ କର୍ମଚାରୀ ତଳେ ପଡି ଯାଇଥିଲେ l ଫଳରେ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଧରି ଚମ୍ପଟ ମାରିଥିଲେ ଦୁର୍ବୁତ୍ତମାନେ l ଏଭଳି ଅଭାବନୀୟ ଘଟଣା ଘଟିଛି ତୁମୁଡିବନ୍ଧ ଥାନା ଅଞ୍ଚଳରେ l ଖବର ପାଇ ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲେ ବି ଲୁଟେରାଙ୍କ ଟେର ପାଇନି ପୋଲିସ l ତେବେ ଏହି ଲୂଟ ଘଟଣାରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ କୌଣସି ହାତ ନାହିଁ ତ? ବୋଲି ଲୋକେ ଆଲୋଚନା କରୁଛନ୍ତି l
ତେବେ ସମ୍ପୃକ୍ତ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୂଟେଜକୁ ଯାଞ୍ଚ କରି ତଦନ୍ତକୁ ଆଗକୁ ବଢ଼ାଉଛି ପୋଲିସ l ଏହି ଘଟଣା ପରେ ବ୍ୟବସାୟୀ ମାନେ ଭୟଭିତ ହୋଇ ପଡିଛନ୍ତି l ଏଥି ପୂର୍ବରୁ ମଧ୍ୟ ତୁମୁଡ଼ିବନ୍ଧ ଅଞ୍ଚଳରେ ବାଇକ ଡ଼ିକି ଭାଙ୍ଗି ଲୂଟ ହୋଇଥିଲେ ବି ପୋଲିସ ଲୁଟେରାକୁ ଏ ଯାଏଁ ଧରି ପାରିନଥିବା କୁହାଯାଉଛି l

Leave A Reply

Your email address will not be published.