xmas

ଦାରିଙ୍ଗବାଡି ବୁଡାଗୁଡାରେ ମାଓ ପୋଷ୍ଟର: ସରପଞ୍ଚଙ୍କୁ ହତ୍ୟା କରିବା ନେଇ ଲାଗିଛି ପୋଷ୍ଟର

ଫୁଲବାଣୀ, ୦୭/୧୧: ଦୀର୍ଘ ଦିନ ପରେ କନ୍ଧମାଳ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବୁଡଗୁଡାର ବିଭିନ୍ନ ସ୍ଥାନରେ ଲାଗିଛି ମାଓ ପୋଷ୍ଟର l ଏଥିରେ ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନଙ୍କୁ ଗୁଳି କରି ହତ୍ୟା କରାଯିବା ନେଇ ଉଲ୍ଲେଖ କରାଯାଇଛି l ଫଳରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି l ସେହିପରି ଡେ ଡିମାହା-ଡା ବରୀବାନ୍ଧl ରାସ୍ତା କାମ ଦୀର୍ଘ ଦିନ ହେଲା ଚାଲିଥିଲେ ବି ସରୁନଥିବାରୁ ଏହି ରାସ୍ତା କାମ ଶିଘ୍ର ସାରିବା ଲାଗି ଚେତାବନୀ ଦିଆଯାଇଛି l ତେବେ ପୋଲିସ ଏଯାଏଁ ଘଟଣାସ୍ଥଳରେ ପହଞ୍ଚିନଥିବା ଜଣାପଡିଛି l

Leave A Reply

Your email address will not be published.