xmas

ପଞ୍ଚୁକ ଅବସରରେ ଚାଲିଛି ସଂକୀର୍ତନ, ସବୁଠି ଆଧ୍ୟାତ୍ମିକ ମାହୋଲ

ଫୁଲବାଣୀ, ୦୭/୧୧: ଏବେ କାର୍ତିକ ମାସ, ତା ସାଙ୍ଗକୁ ପଞ୍ଚୁକ ଚାଲିଛି l ଏହି ଅବସରର ଗାଁ ଠୁ ସହର ସବୁ ଆଡେ ଚାଲିଛି ରାମ ଚରିତ ମାନସ, ନାମ ସଂକୀର୍ତନ ଚାଲିଛି l ତା ସାଙ୍ଗକୁ ପ୍ରତିଦିନ ସକାଳୁ ନଗର ପରିକ୍ରମା ବି ହେଉଛି l ଫୁଲବାଣୀ ସହରର ଅରବିନ୍ଦ ନଗର ସ୍ଥିତ ଶାଳବଣ ସାହିରେ କାର୍ତିକ ପୁର୍ଣିମା ଓ ପଞ୍ଚୁକ ମହୋତ୍ସବ ମହା ସମାରୋହରେ ପାଳିତ ହେଉଛି l ଏହି ଅବସରରେ ତିନି ଥଳ ସଂକୀର୍ତନ ମଣ୍ଡଳୀ ଯୋଗ ଦେଇ ସଂକୀର୍ତନ କରୁଛନ୍ତି l ପୂଜା ଅର୍ଚ୍ଚନା କରି ଅର୍ଣ୍ଣ ପ୍ରସାଦ ଭକ୍ତ ମାନଙ୍କୁ ପ୍ରଦାନ କରାଯାଇଥିଲା l ଏହି ଅବସରରେ ଗାଁର ମହିଳା ମାନେ ଗାଁ ଦାଣ୍ଡ ସଫା କରି ଝୋଟି ଦେଇଥିଲେ l ମଣ୍ଡପରେ କାର୍ତିକ, ମହାଦେବ, ଓ ଶ୍ରୀକୃଷ୍ଣଙ୍କୁ ଯଥାବିଧି ପୂଜା ଅର୍ଚ୍ଚନା କରାଯାଇଥିଲା l ଶତାଧିକ ଶ୍ରଦ୍ଧାଳୁ ଓ ଭକ୍ତଙ୍କର ସମାଗମ ହୋଇଥିଲା l କମିଟିର ସଭାପତି କିରୋଟି ଡିଗାଲ, ପ୍ରାଣବନ୍ଧୁ ଡିଗାଲ, ଉଗ୍ରେ ସନ, ଜୁନେଶ ଡିଗାଲ, ବଶ୍ୟା ନନ୍ଦ ଡିଗାଲ, ପଣ୍ଡିତ ଡିଗାଲ, ନରେନ୍ଦ୍ର କହଁର, ନୀଳକଣ୍ଠ ନାୟକ, ବିପିନୀ ବିହାରୀ ସ୍ୱାଇଁ ରାଜୁ ବେହେରା, ବିଜୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l ଦୀର୍ଘ ପନ୍ଦର ବର୍ଷ ଧରି ଏଠାରେ ଆନନ୍ଦ ଉଲ୍ଲାସର ସହ ପଞ୍ଚୁକ ପର୍ବ ପାଳନ ହୋଇ ଆସୁଛି l ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗ୍ରାମରେ ପଞ୍ଚୁକ ପର୍ବ ପାଳିତ ହେଉଛି l ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ମୃତୟନ କରାଯାଇଛି l

Leave A Reply

Your email address will not be published.