xmas

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ

ଫୁଲବାଣୀ, ୦୮/୧୧: ଆଜି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା। ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଶ୍ରଦ୍ଧାଳୁ ମାନେ ବଡି ଭୋରରୁ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲକୀ ତ୍ୟାମ , ପିଅନପଡ଼ା ନଦୀ ଘାଟ, ଫୁଲବାଣୀ ସହି, କଲେଜ ଛକ ଆଦି ବିଭିନ୍ନ ନଦୀ ଘାଟରେ ପୂଜାର୍ଚ୍ଚନା କରିବା ସହ ବୋଇତ ଭସାଇଥିଲେ l ଏ ବର୍ଷ କୋରନା କଟକଣା ନଥିବାରୁ ବହୁ ସଂଖ୍ୟକ ଲୋକ ବୋଇତ ଭସାଇବାକୁ ଆସିଥିଲେ। ଉତ୍କଳୀୟ ନୌ ବାଣିଜ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଡଙ୍ଗା ଭସାଇଥିଲେ। ସେହିପରି ଆକାମାବୈ ପାନ ଗୁଆ ଥୋଇ . . . . ପାନ ଗୁଆ ତୋର . . . ମାସିକ ଧର୍ମ ମୋର . . . . କହି େବା ଇତ ଭସାଇଥିବା ଦେଖାଯାଇଥିଲା। ସେହିପରି ମନ୍ଦିର ଯାଇ ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ଦୀପ ଜଳାଇ ଆଶିଷ ଲାଭ କରିଥିଲେ l ପୁର୍ବ ବର୍ଷ ତୁଳନାରେ ଏବର୍ଷ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ତେବେ ଗ୍ରହଣ ଯୋଗୁଁ ସକାଳ ୫ଟା ୩୯ ମିନିଟ ପରେ କୌଣସି ଦେବ କାର୍ଯ୍ୟ, ନାମ ସଂକୀର୍ତ୍ତନ ପୂଜାବିଧି ଆଦି ଉପରେ ବାରଣ ଥିବାରୁ ଏସବୁ ଅନୁଷ୍ଠିତ ହୋଇନଥିଲା l ସେହିପରି ଜିଲ୍ଲାର ବାଲିଗୁଡ଼ା, ଜି.ଉଦୟଗିରୀ, ରାଇକିଆ, କୋଟଗଡ, ଦାରିଙ୍ଗବାଡି ଆଦି ବିଭିନ୍ନ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ବୋଇତ ବନ୍ଦାଣ ଉତ୍ସବ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.