ଏମଭି-୪୩ ଗ୍ରାମରେ ରୋଲର ବଦଳରେ ପିକଅପରେ ଚାଲିଛି ରାସ୍ତା କାମ

ମାଲକାନଗିରି,୮/୧୧: ମାଲକାନଗିରି ସଦର ମହକୁମା ନିକଟସ୍ଥ ଏମଭି-୪୩ ଗ୍ରାମରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି। କିପରି ସରକାର ମାଲକୁ ବିଭାଗୀୟ ଅଧିକାରୀ ଏବଂ ଠିକାଦାର ମିଶି ଆତ୍ମସାତ କରୁଛନ୍ତି ତାହାର ନିଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏକ ପିକଅପ ଭ୍ୟାନରେ ରାସ୍ତାରେ ମେଟାଲ ଓ ମରୁମ ପକାଇ ଚପାଇ ଦିଆଯାଉଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ।ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ।କିଛି ଶ୍ରମିକ ମେଟାଲ ଓ ମୁରୁମ ରାସ୍ତାରେ ପକାଉଥିବା ବେଳେ ପିକଅପ ଭ୍ୟାନଟି ମୁରୁମ ଓ ମେଟାଲକୁ ସମତଳ କରୁଥିବା ଦେଖିବାକୁ ମିଳିଥିଲା।ରୋଲର ବଦଳରେ ପିକଅପ ଭ୍ୟାନଙ୍କୁ ବ୍ୟବହୃତ କରୁଥିଲେ ସଂପୃକ୍ତ ଠିକାଦାର। ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର ବୋଲି ଜଣାପଡିଛି। ତେବେ ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀ ନିର୍ଦେଶ ଦେବା ପରେ ସଂପୃକ୍ତ ଠିକାଦାର ରୋଲର ନଆଣି ପିକଅପରେ ହିଁ ରାସ୍ତାକୁ ସମତୁଲ କରୁଥିଲେ। ଯାହାକୁ ଗ୍ରାମବାସୀ ଦେଖିବା ପରେ ବିରୋଧ କରିବା ସହ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏଭଳି ନିମ୍ନମାନର କାମ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଉଥିବା ନେଇ ଏମଭି-୪୩ ଗ୍ରାମର ଲୋକେ ଅଭିଯୋଗ କରିଥିଲେ। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

Leave A Reply

Your email address will not be published.