ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏଭେରେଷ୍ଟ ବିକେସିସି ଆୟୋଜିତ

ଭୁବନେଶ୍ୱର,୯।୧୧: ଓଡ଼ିଶାର ହସ୍ପିଟାଲିଟି ଛାତ୍ରୀଛାତ୍ରୀମାନଙ୍କ ପାଇଁ ପ୍ରଥମ ଥର ଏକ ଜାତୀୟସ୍ତରର କୁକିଂ ପ୍ରତିଯୋଗିତା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଂ ଟେକ୍ନୋଲୋଜି ଏବଂ ଆପ୍ଲାଏଡ୍‌ ନ୍ୟୁଟ୍ରିସନ୍‌ ଭୁବନେଶ୍ୱର ଦ୍ୱାରା ଆୟୋଜିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାର ସିଜନ୍‌-୪ କାର୍ଯ୍ୟକ୍ରମ ‘ଏଭେରେଷ୍ଟ ବେଟର କିଚେନ୍‌ କୁଲିନାରି ଚ୍ୟାଲେଞ୍ଜ’ (ଏଭେରେଷ୍ଟ ବିକେସିସି) ନିକଟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାରେ ଶେଷ ବର୍ଷର ହସ୍ପିଟାଲିଟି ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ସେହିଭଳି ଏହା ହେଉଛି ଭାରତର ସର୍ବବୃହତ୍‌ ଓ ରୋମାଞ୍ଚକର କୁକିଂ ଚ୍ୟାଲେଞ୍ଜ। ବିଶେଷକରି ଏହା ନୂତନ ଶେଫ୍‌ମାନଙ୍କୁ ସେମାନଙ୍କ ଟ୍ୟାଲେଣ୍ଟ ପ୍ରଦର୍ଶନ କରିବାର ଠିକ୍‌ ରାସ୍ତା ଦେଖାଇବା ସହ ଭବିଷ୍ୟତକୁ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ମଧ୍ୟ ଏକ ଆଦର୍ଶ ସ୍ପ୍ରିଙ୍ଗ୍‌ବୋର୍ଡ ପ୍ରଦାନ କରିଥାଏ। ଉକ୍ତ ଚ୍ୟାଲେଞ୍ଜର ବିଷୟବସ୍ତୁ ‘ଫ୍ଲେଭର୍ସ ଅଫ୍‌ ଇଣ୍ଡିଆ’ ରହିଥିବା ବେଳେ ଆଞ୍ଚଳିକ ବ୍ୟଞ୍ଜନ ବିଷୟରେ ସଚେତନତା ସୃଷ୍ଟି କରିବା ସହ ଭାରତର ମସଲାଗୁଡ଼ିକୁ ଉପଯୋଗକରି ଭାରତୀୟ ବ୍ୟଞ୍ଜନକୁ ଲୋକପ୍ରିୟ କରାଇବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

Leave A Reply

Your email address will not be published.